ଓଡିଶା

ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ବଲପୁର କୁଚିଣ୍ଡା ବାମରା ନିକଟ ଶୀତଳ ଭଣ୍ଡାର

ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ବଲପୁର କୁଚିଣ୍ଡା ବାମରା ନିକଟରେ ଥିବା ଶୀତଳ ଭଣ୍ଡାର । ନୁନିଆମୁଣ୍ଡାସ୍ଥିତ ଶୀତଳ ଭଣ୍ଡାରରେ ଲାଗିଥିଲା ନିଆଁ । ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଗୋବିନ୍ଦପୁର, ଲଇକେରା ଓ କିରମିରାରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି ।

Related posts

ପୋଲ ତଳକୁ ଖସି ପଡିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews

ଛତୁମାନେ ବି କଥା ହୁଅନ୍ତି

mahabharatanews

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର, ନୀଳାଦ୍ରୀ ନୀଳୟରେ ଥଇଥାନ

mahabharatanews