bharatବିଶ୍ୱଭାରତରାଜନୀତି

କଂଗ୍ରେସ ସରକାର ଆମକୁ ଆମଦାନୀ ଉପରେ ନିର୍ଭଳଶୀଳ କରାଇ ପାପ କରିଛି ।

କଂଗ୍ରେସ ଉପରେ ବର୍ଷଛନ୍ତି ଶିବରାଜ ସିଂହ ଚୌହାନ ଆଉ କହିଛନ୍ତି କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ସକ୍ରିୟ ରହୁଛନ୍ତି । ଏକ୍ସ ପୋଷ୍ଟ ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ଆମେରିକା ସହ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ରାହୁଲ ପ୍ରଶ୍ନ ଉଠାଉଛନ୍ତି। ଏପରି ପରିସ୍ଥିତିରେ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିରୋଧୀ ଦଳ ନେତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ଏକ କାର‌୍ୟ୍ୟକ୍ରମରେ, ଚିନି ଓ ତେଲର ରପ୍ତାନୀ ଏବଂ ଆମଦାନୀକୁ ନେଇ ପୂର୍ବ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଆଜିକାଲି ରାହୁଲ ଗାନ୍ଧୀ ଢ-ଢ (ପୂର୍ବରୁ ଟ୍ୱିଟର) ଖେଳୁଛନ୍ତି । କିନ୍ତୁ ଆମେ ସିଧାସଳଖ କଥା ହେଉଛୁ । ଦେଶ ପଚାରୁଛି, ଆପଣଙ୍କୁ (ରାହୁଲ) ଉତ୍ତର ଦେବାକୁ ପଡିବ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ମୋତେ ଏହା କୁହନ୍ତୁ, ୨୦୦୬-୦୭ ରେ ଦେଶରେ ରେକର୍ଡ ଚିନି ଉତ୍ପାଦନ ହୋଇଥିଲା। ବଜାର ଚିନିରେ ଭରି ଯାଇଥିଲା, ତେବେ ଆପଣଙ୍କ ସରକାର କାହିଁକି ବଫର ଷ୍ଟକ୍ ସୃଷ୍ଟି କରିନଥିଲେ ? ଆପଣ ଏହାକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ପରିବର୍ତ୍ତେ ରପ୍ତାନୀକୁ କାହିଁକି ଅନୁମତି ଦେଲେ ? ଯେତେବେଳେ ଉତ୍ପାଦନ ଅଧିକ ଥିଲା, ସେତେବେଳେ ସଂରକ୍ଷଣ କାହିଁକି କରାଗଲା ନାହିଁ ? ଯେତେବେଳେ ମୂଲ୍ୟ ହ୍ରାସ ପାଇଲା, ସେତେବେଳେ ଚାଷୀମାନଙ୍କୁ କାହିଁକି ରକ୍ଷା କରାଗଲା ନାହିଁ ? ଯେତେବେଳେ ରପ୍ତାନିରେ ଛାଡ଼ ଦିଆଗଲା, ସେତେବେଳେ ଦେଶର ସ୍ୱାର୍ଥ କେଉଁଠି ଥିଲା ? ସେ ରାହୁଲଙ୍କୁ ଆଉ ଗୋଟିଏ ପ୍ରଶ୍ନ କରିଛନ୍ତି । କଂଗ୍ରେସ ସରକାର ଚିନି କିଲୋ ପିଛା ୩୬ ଟଙ୍କାରେ ଆମଦାନୀ କରିଥିଲେ ଏବଂ ପରେ ୧୨.୫୦ ଟଙ୍କାରେ ରପ୍ତାନୀ କରିଥିଲେ। ଏହା କେଉଁ ପ୍ରକାରର ବ୍ୟବସାୟ ? ଏବଂ ଏହା କେଉଁ ପ୍ରକାରର ଖେଳ ବୋଲି ଶିବରାଜ ସିଂହ ଚୌହାନ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, ‘ମୁଁ କଂଗ୍ରେସ ଦଳକୁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି। ୧୯୯୩-୯୪ ପର‌୍ୟ୍ୟନ୍ତ ଭାରତ ଖାଇବା ତେଲରେ ସ୍ୱାବଲମ୍ବୀ ଥିଲା। ଖାଇବା ତେଲ ବିଦେଶରୁ ଆମଦାନୀ କରୁନଥିଲା। କିନ୍ତୁ ସେହି ସମୟରେ, ପିଭି ନରସିଂହ ରାଓ କ୍ଷମତାରେ ଥିଲେ। ସେ ଖାଇବା ତେଲକୁ ସାଧାରଣ ଲାଇସେନ୍ସ ଅଧୀନରେ ରଖିଥିଲେ ଏବଂ ବିଦେଶୀ ତେଲ ପାଇଁ ଦ୍ୱାର ଖୋଲି ଦେଇଥିଲେ। ଭାରତର ଆତ୍ମନିର୍ଭରତା ଶେଷ ହୋଇଗଲା।’ ଶିବରାଜ ସିଂହ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦେଶକୁ ଆମଦାନୀ ଉପରେ ନିର୍ଭରଶୀଳ କରିବାର ପାପ କରିଛି। ରାହୁଲ ଗାନ୍ଧୀ, ଦେଶ ପଚାରୁଛି – ଆପଣଙ୍କୁ ଉତ୍ତର ଦେବାକୁ ପଡିବ। କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଏହି ଭିଡିଓକୁ ବିଜେପି ନେତା ଅମିତ ମାଲବ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

Related posts

ବୃଦ୍ଧି ପାଉଛି ଦିଲ୍ଲୀ ପ୍ରଦୂଷଣ 

mahabharatanews

ଉତ୍ତରାଖଣ୍ଡ ହଲଦ୍ୱାନୀରେ ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା

mahabharatanews

ଚିତା ସଙ୍କଟ; ପ୍ରାକୃତିକ କାରଣରୁ ହୋଇଛି ମୃତ୍ୟୁ 

mahabharatanews