ଓଡିଶା

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬ ପ୍ରଥମେ ନିଆଳୀର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶୋଭନେଶ୍ବର ଙ୍କ ଆଜ୍ଞାମାଳ ଅଣାଯାଇ ନିଆଳୀ ମାଘ ସପ୍ତମୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ମଞ୍ଚରେ ସ୍ଥାପନ କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ନିଆଳୀ ମହୋତ୍ସବ। ଏହି ମହୋତ୍ସବ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହାସ୍ୟ ଅଭିନେତା ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବ ନବମ ବର୍ଷରେ ପାଦ ଥାପିଥିବା ବେଳେ ଆଜି ଏହାର ଉଦଘାଟନୀ ଉତ୍ସବ । ଉଦଘାଟନୀ ଉତ୍ସବରେ ନିଆଳୀ ବିଧାୟକ ଛବି ମଲ୍ଲିକ ଯୋଗଦେବା ସହିତ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ଦେଖିବାକୁ ମିଳିଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଶାରଳା ଘଣ୍ଟ ନୃତ୍ୟ ସହିତ ଓଡ଼ିଆ କଣ୍ଠଶିଳ୍ପୀ ବିଭୁ କିଶୋର ନିଜର କଳା ପରିବେଷଣ କରିଥିଲେ ପରେ ପରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ବାରା କଳା ପରିବେଷଣ କରାଯାଇଥିଲା ଯାହାକୁ ଦେଖିବା ପାଇଁ ନିଆଳୀ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ପାଞ୍ଚଦିନ ବ୍ୟାପି ଏହି ମହୋତ୍ସବରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ସମେତ ଭଳିକି ଭଳି ଖାଦ୍ୟ ବ୍ୟବସାୟୀ ନିଜର ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଛି ।

Related posts

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ଶିମିଳିପାଳରେ ପ୍ରାକୃତିକ ବର୍ଷା

mahabharatanews

ସରକାରୀ ବାବୁଙ୍କ ୧୦୬ ପ୍ଲଟ୍

mahabharatanews