ଓଡିଶା

ଘନ କୁହୁଡି ପାଇଁ ମଝି ଚିଲିକାରେ ଫସିଲା ଡଙ୍ଗା

(ମହାଭାରତ, ଚିଲିକା): ଘନ କୁହୁଡି ଯୋଗୁଁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଥିବା ଦେଖାଯାଇଛି । ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ନାଉରିଆ ବାଟ ନ ଜାଣିପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ରହିଥିଲା । କୁହୁଡି ଛାଡିବା ପରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦରେ ପହଞ୍ଚିଥିବା ଜଣାଯାଇଛି । ତେବେ ଡଙ୍ଗାରେ ୩୦ ଜଣ ଯାତ୍ରୀ ଓ ୧୦ଟି ବାଇକ ଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାଟି ଗୁରୁବାର ସକାଳୁ ସାତପଡା ଛାଡିଥିଲା । ପ୍ର।।ୟ ୧ କିମି ଯିବା ପରେ ଘନ କୁହୁଡି ଯୋଗୁ ନାଉରିଆ ବାଟବଣା ହୋଇଯାଇଥିଲେ । ଫଳରେ ମହିଷା ବ୍ରହ୍ମପୁର ନିକଟସ୍ଥ ଏକ ଗାଁ ପାଖରେ ଡଙ୍ଗାଟି ଫସି ଯାଇଥିଲା । ସେଠାରେ କିଛି ସମୟ ଅଟକି ରହି କୁହୁଡି ଛାଡିବା ପରେ ଦିନ ୯ଟାରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ । ୧୦ଟା ବେଳକୁ ଜହ୍ନିକୁଦରେ ଡଙ୍ଗାଟି ପହଞ୍ଚିଥିଲା । ଦୀର୍ଘ ସମୟ ଧରି ମଝି ଚିଲିକାରେ ଡଙ୍ଗାଟି ଫସି ରହିଥିଲେ ମଧ୍ୟ ଏ ସମ୍ପର୍କରେ ପ୍ରଶାସନ ନିକଟରେ ମଧ୍ୟ କୌଣସି ଖବର ନଥିଲା । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଅଗ୍ନିଶମ ଗାଡି ଜହ୍ନିକୁଦରେ ପହଞ୍ଚିଥିଲା । କିନ୍ତୁ ସେତେବେଳକୁ ଡଙ୍ଗାଟି କୂଳରେ ପହଞ୍ଚି ସାରିଥିଲା ।

Related posts

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews

ପୋଡିଗଲା ୨୦୦ କ୍ୱିଣ୍ଟାଲ ଧାନ

mahabharatanews