ଓଡିଶା

ସ୍କୁଲ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ସ୍କୁଲ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ । ଅଭିଯୁକ୍ତ ବସ ଡ୍ରାଇଭରକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି, ମହାନଦୀ ବିହାରରେ ରହୁଥିବା ଜଗତସିଂହପୁର ଜିଲ୍ଲା ବରିଡି ଥାନା କାଇଜଙ୍ଗର ବିଶ୍ୱନାଥ ସାହୁ ।

ସୂଚନା ମୁତାବକ କଟକର ଏକ ପ୍ରତିଷ୍ଠିତ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଦୁଇ ଛାତ୍ରୀ ପ୍ରତିଦିନ ସ୍କୁଲ ବସରେ ଯିବା ଆସିବା କରୁଥିଲେ । ମଙ୍ଗଳବାର ଅଭିଯୁକ୍ତ ଡ୍ରାଇଭର ସ୍କୁଲ ଛୁଟି ପରେ ଗାଡିରେ ବସିଥିବା ଦୁଇ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲା । ଏ ସମ୍ପର୍କରେ ପୀଡିତା ପରିବାର ଲୋକଙ୍କୁ ଜଣାଇଥିଲେ । ପୀଡିତାଙ୍କ ଅଭିଭାବକ ତୁରନ୍ତ ସିଡବ୍ଲୁସିରେ ହାଜର ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ତୁରନ୍ତ ଚାଇଲ୍ଡ ଲାଇନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚାଇଲ୍ଡ ଲାଇନ ମାଧ୍ୟମରେ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦାୟର କରିଥିଲେ । ତଦନ୍ତ କରି ପୋଲିସ ବୁଧବାର ଅଭିଯୁକ୍ତ ବିଶ୍ୱନାଥକୁ ଗିରଫ କରିଛି ।

Related posts

ରାଜ୍ୟରେ ବର୍ଷାର ସମ୍ଭାବନା 

mahabharatanews

ଆଜି ଭୁବନେଶ୍ୱରରୁ ୧୬ ସଂକ୍ରମିତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews