ପୂର୍ବ ଭାରତର ସର୍ବବୃହତ ଦକ୍ଷତା, ପ୍ରତିଭା ଏବଂ ବୈଷୟିକ ଉତ୍କର୍ଷତାର ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି । ଜଟଣୀ ସ୍ଥିତ ତରାବୋଇ ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ପରିସରରେ ପୂର୍ବ କ୍ଷେତ୍ର ପାଇଁ ଇଣ୍ଡିଆ ସ୍କିଲ୍ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬’ର ଶୁଭାରମ୍ଭ ହୋଇଛି। ପାଞ୍ଚଟି ପୂର୍ବ ଭାରତୀୟ ରାଜ୍ୟ ତଥା ଓଡ଼ିଶା, ବିହାର ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡ଼ଖଣ୍ଡ ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜର ପ୍ରତିଯୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି I ପାଖାପାଖି ୨୦୦ରୁ ଅଧିକ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାରମ୍ପରିକ ହସ୍ତକଳାଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ୫୯ଟି ବିଭିନ୍ନ ଦକ୍ଷତା କ୍ଷେତ୍ରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ Iଯାହା ଏହି ଅଞ୍ଚଳର ବହୁମୁଖୀ ପ୍ରତିଭାକୁ ପ୍ରଦର୍ଶିତ କରିବ।
କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସଡିଲ) ର ତତ୍ତ୍ବାବଧାନରେ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏଏସଡିପି) ର ସହାୟତାରେ ଆୟୋଜିତ ଏହି ଆଞ୍ଚଳିକ ପ୍ରତିଯୋଗିତା, ଭାରତକୁ ବିଶ୍ବସ୍ତରରେ ପ୍ରତିଯୋଗୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟବକ ଭାବେ ଗଢିଦୋଳିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମର), ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମାନ୍ୟବର ରାଜ୍ୟ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ I ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେକୌଣସି ରାଷ୍ଟ୍ରର ପ୍ରକୃତ ଶକ୍ତି ତା’ର ଯୁବପିଢିଙ୍କ ସମ୍ଭାବନାରେ ନିହିତ ଥାଏ।
ପ୍ରତ୍ୟେକ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରତିଭା ଲୁକ୍କାୟିତ ଥାଏ, ଯାହାକୁ କେବଳ ଖୋଜି ବାହାର କରିବା ଏବଂ ପରିପ୍ରଶ୍ନ କରିବାର ଆବଶ୍ୟକତା ରହିଛି। ଆମର ଦକ୍ଷତା ବିକାଶ ବ୍ଯବସ୍ଥା କୁ ସୁଦୃଢ କରି ଆମେ କେବଳ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରୁନାହୁଁ, ବରଂ ସେମାନଙ୍କୁ ନବସୃଜନ, ନେତୃତ୍ବ ପ୍ରଦାନ ଏବଂ ଏକ ଶକ୍ତିଶାଳୀ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଅବଦାନ ରଖିବା ପାଇଁ ସଶକ୍ତ କରୁଛୁ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ତଥା ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ I
