ଓଡିଶା

ଆଜି ବି ସୁନା ଦୋକାନରେ ପ୍ରବଳ ଭିଡ଼ 

(ଭୁବନେଶ୍ୱର) : ସୁନା ଦୋକାନରେ ପ୍ରବଳ ଭିଡ଼ । ୨ ଦିନ ହେବ ସୁନା ଦୋକାନ ଗୁଡ଼ିକରେ ଅସମ୍ଭବ ଭିଡ଼ । ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ବୋଧହୁଏ ଚଳିତ ବର୍ଷ ଧନତେରସ୍‌ରେ ସୁନା ଦୋକାନଗୁଡ଼ିକରେ ସର୍ବାଧିକ ଭିଡ଼ ଦେଖିବାକୁ ମିଳିଛି।ଗ୍ରାହକମାନେ ହାର, ମୁଦି, ଚେନ, ଚୁଡ଼ି, କାନଫୁଲ, ବ୍ରେସ୍‌ଲେଟ୍ ଅଧିକ ପରିମାଣରେ କିଣିଛନ୍ତି। ଗତକାଲି ଗୋଟିଏ ଦିନରେ ଲୋକମାନେ ପ୍ରାୟ ତିନି କ୍ବିଣ୍ଟାଲ ସୁନା ଘରକୁ ବୋହିନେଇଛନ୍ତି।

ସୂଚନାନୁଯାୟୀ , ତେବେ ୧୪୦ କୋଟି ଟଙ୍କାର ବେପାର ତୁଳନାରେ ଅଧିକ। ରାଜ୍ୟର ଅଧାରୁ ଅଧିକ ସୁନା ଭୁବନେଶ୍ବର ବଜାରରେ ବିକ୍ରି ହୋଇଛି। ଏହାକୁ ଛାଡି ରାଉରକେଲା, ବ୍ରହ୍ମପୁର, ଅନୁଗୁଳ, ଯାଜପୁର, ବାଲେଶ୍ବର, ସମ୍ବଲପୁର ଆଦି ସ୍ଥାନରେ ମଧ୍ୟ ବିପୁଳ ସୁନା ବିକ୍ରି ହୋଇଛି। ଗତବର୍ଷ ଧନତେରସ୍‌ ତୁଳନାରେ ଆଜି ୧୫-୨୦ ପ୍ରତିଶତ ଅଧିକ ବିକ୍ରି ହୋଇଥିବା କୁହାଯାଉଛି।

Related posts

 ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ୫-ଟି ସଚିବ 

mahabharatanews

ରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ବର୍ଷା ସମ୍ଭାବନା

mahabharatanews

ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଲଣ୍ଡା ପାହାଡ଼ !

mahabharatanews