ମହିଳା ଇନ୍ସପେକ୍ଟର ପାଳିଲେ ମହିଳା ଦିବସ, ପୋଲିସ ବୈଠକରେ ମହିଳାଙ୍କ ପ୍ରତି ନିର୍ୟ୍ୟାତନା ରୋକିବା ପାଇଁ ଦେଲେ ଆହ୍ଵାନ ମାଲକାନଗିରି ଜିଲ୍ଲା ଏମଭି ୭୯ ପୋଲିସ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ କରାଯିବା ସହ ଆମ ପୋଲିସ ବୈଠକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଏହି ପରୀପ୍ରେକ୍ଷୀରେ ଏମଭି ୭୯ ଥାନା ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠତି କରାଯାଇ ବିଶ୍ଵ ମହିଳା ଦିବସ ପାଳନ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଅଛି। ମହିଳାଙ୍କ ସୁରକ୍ଷା, ସଶକ୍ତିକରଣ ଓ ସମାଜରେ ଲିଙ୍ଗଗତ ବିବିଧତା ଦୁରୀକରଣ କରି ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ କରିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଅଛି ।
ଏହି କାର୍ୟ୍ୟକ୍ରମ ଏମଭି ୭୯ ଥାନା ଅଧିକାରୀ ପୂର୍ଣିମା ଟେଟେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଥାନାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସମେତ ସ୍ଥାନୀୟ ଅଞ୍ଛଳର ଶିମିଳିବଞ୍ଚା ସମିତି ସଭ୍ୟ ଚନ୍ଦ୍ର ପଡ଼ିଆମୀ, ୬୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ଅବସରରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନେଇ ଆମ ପୋଲିସ କାର୍ୟ୍ୟକ୍ରମ ଜରିଆରେ ଆଲୋଚନା କରାଯାଇଥିଲା।
