ଓଡିଶା

୯୧ତମ ପୋଲିସ ଦିବସରେ ସମ୍ମାନିତ ହେବେ କୋରେଇ ଥାନା ଅଧିକାରୀ

ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ତଥା ୯୧ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ରେ ରାଜ୍ୟ ପୋଲିସ ବିଭାଗ ଦ୍ଵାରା ବିଭିନ୍ନ ପୋଲିସ ପଦାଧୂକାରୀ ମାନଙ୍କୁ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଛି। ଏଥିରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରି ପାଠୀ ସମ୍ମାନିତ ହେଉଥ‌ିବା ଜଣା ପଡ଼ିବା ପରେ ସାରା କୋରେଇରେ ବୁଦ୍ଧିଜିବି ମହଲରେ ଆନନ୍ଦ ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟକି ଶ୍ରୀ ତ୍ରିପାଠୀ ଭଦ୍ରଖ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମର ପିତା ଶରତ ଚନ୍ଦ୍ର ତ୍ରିପାଠୀ ମାତା ରୁକ୍ମଣୀ ତ୍ରିପାଠୀ ଙ୍କ ମଧ୍ୟମ ପୁତ୍ର ଅଟନ୍ତି।ସେ ପ୍ରଥମେ ୨୦୦୯ ମସିହାରେ ପୋଲିସ ଶବ ଇନ୍ସପେକ୍ଟର ଭାବେ ରାଜ୍ୟ ପୋଲିସ ରେ ନିଯୁକ୍ତି ପାଇଥିବା ବେଳେ ପ୍ରଥମେ କୋରାପୁଟ ଜିଲ୍ଲାରୁ ଚାକିରୀ ଜୀବନ ଆରମ୍ଭ କରି ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲା ରେ ସଫଳତାର ସହ କାର୍ଯ୍ୟ କରି ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ।ଏବେ ଗତ ଜାନୁୟାରୀ ୨୦୨୫ରୁ କୋରେଇ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ, ପାଣିକୋଇଲି ସୁନା ଦୋକାନ ଚୋରୀ, ବ୍ୟାସନଗର ଗୁଳିଚାଳନା ପରି କେଶ କୁ ସଫଳତାର ସହିତ ପରିଚାଳନା କରି ମୁଖ୍ୟ ଆସାମୀକୁ ଧରିବାରେ ପ୍ରମୁଖ ଭୂମିକା ନେଇଥିଲେ।

Related posts

ବାଇକ ଲୁନା ମୁହାଁମୁହିଁ ଧକ୍କା

mahabharatanews

ପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣକାଳୀଙ୍କ ଚରଣରେ ସମର୍ପିତ କଲେ ପୁରୀ ଏସପି ପ୍ରତୀକ ସିଂ

mahabharatanews

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

mahabharatanews