ଓଡିଶା

ହିନ୍ଦୋଳ ବନବିଭାଗ ପକ୍ଷରୁ ଆଜି ବିଶ୍ୱବନିକରଣ ଦିବସ ପାଳିତ

ହିନ୍ଦୋଳ-ରାଜ୍ୟ ବନବିଭାଗ ପରିବେଶ ଓ ମୂର୍ତ୍ତିକାସଂରକ୍ଷଣ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନବିଭାଗ ପକ୍ଷରୁ ଆଜି ବିଶ୍ୱବନିକରଣ ଦିବସ ପାଳିତ ହୋଇଯାଇଛି। ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବନକର୍ମଚାରୀ ମାନେ ହିନ୍ଦୋଳ ବନବିଭାଗ ଅଫିସଠାରୁ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଅମଲାପଡା ଛକ ପର୍ଯ୍ୟନ୍ତ ଆସିଥିଲେ ଏବଂ ବିଶ୍ୱ ବନିକରଣ,ମୂର୍ତ୍ତିକାସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଇବାସହ କିପରି ବନିକରଣ ବୃଦ୍ଧିହେବ ଏହା ଉପକାରିତା,ପରିବେଶ ସୁରକ୍ଷା ସହ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ଜଙ୍ଗଲକୁ ନିଆଁରୁ କିପରି ସୁରକ୍ଷା ଦିଆଯିବ, ମୂର୍ତ୍ତିକାସଂରକ୍ଷଣ ସମ୍ପର୍କୀୟ ବ୍ୟାନର ଇତ୍ୟାଦି ମାରି ସଚେତନ କରାଇବାସହ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ବାର୍ତାରେ ବନକର୍ମଚାରି ମାନେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରେଞ୍ଜର ତ୍ରିଲୋଚନ ଦେହୁରୀ,ପ୍ରୋବେସନ ଆଇଏଫଏସ ଅଧିକାରୀ ଏ ଗୋଵିନ୍ଥର ରାମ ଙ୍କ ସମେତ ଫୋରେଷ୍ଟର, ଗାର୍ଡ, ହାତୀ ସ୍କ୍ୱାର୍ଡ ଓ ବନ କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ, ୨ ଦିନ ବର୍ଷିବ

mahabharatanews

ଗଡ଼ିଲା ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେସିଆଲ ଟ୍ରେନ

mahabharatanews

ଜିଲ୍ଲାର ଦୁଇ ସହରକୁ ଲକ ଡାଉନ

mahabharatanews