ଓଡିଶା

ଯକ୍ଷ୍ମା ଦେଉଛି ଯମ ଯନ୍ତ୍ରଣା, ରାଜ୍ୟରେ ଯକ୍ଷ୍ମା ଭଳି ଦୁରାରୋଗ୍ୟରୁ ଭଲ ହେଉ ନାହାନ୍ତି ରୋଗୀ

ଯକ୍ଷ୍ମା ଦେଉଛି ଯମ ଯନ୍ତ୍ରଣା । ଯକ୍ଷ୍ମା ଭଳି ଦୁରାରୋଗ୍ୟରୁ ଭଲ ହେଉ ନାହାନ୍ତି ରୋଗୀ । ୨୦୨୨ ରେ ୫୯ ହଜାର ୭୩୨ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୬ ହଜାର ୧୨୬ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି। ହେଲେ ୩୩ ହଜାର ୬୦୬ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରି ନାହାନ୍ତି । ସେହିଭଳି ୨୦୨୩ ରେ ୬୧ ହଜାର ୨୮୫ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୭ ହଜାର ୩୪୫ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି । ଚିନ୍ତାର ବିଷୟ ୩୩ ହଜାର ୯୪୦ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରି ନାହାନ୍ତି । ୨୦୨୪ରେ ୫୯ ହଜାର ୮୧୯ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୮ ହଜାର ୫୭ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି । ଚିନ୍ତାର ବିଷୟ ୩୧ ହଜାର ୭୬୨ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରି ନାହାନ୍ତି । ତିନି ବର୍ଷରେ ପ୍ରାୟ ଲକ୍ଷେ ରୋଗୀ ଚିକିତ୍ସା ସତେ ବି ସୁସ୍ଥ କି ମୁକ୍ତ ହୋଇ ପାରି ନାହାନ୍ତି । ଏନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି ।

Related posts

ଶିକ୍ଷା ବ୍ୟବସ୍ଥା ବିରୋଧରେ କଂଗ୍ରେସର ହଲ୍ଲାବୋଲ

mahabharatanews

ଆଜି ହେଉଛି ବିଶ୍ୱ ସଂଗୀତ ଦିବସ

mahabharatanews

ଆସିବ ନୂଆ R&R ପଲିସି : ଏଣିକି ଜମିର କ୍ଷତିପୂରଣ ପାଇଁ ସରକାର ଦେବେ ଜମି

mahabharatanews