ଓଡିଶା

କମିଶନରେଟ୍ ପୋଲିସରେ ଚାଲିଛି କ’ଣ? DCPଙ୍କ ଇସ୍ତଫା, IICଙ୍କ ଅସ୍ୱାଭାବିକ ମୃତ୍ୟୁ… ବଢ଼ୁଛି ପ୍ରଶ୍ନ

ଭୁବନେଶ୍ୱର: କମିଶନରେଟ୍ ପୋଲିସରେ ସବୁକିଛି ଠିକ୍ ଚାଲିଛି ତ? ଗୋଟିଏ ପରେ ଗୋଟିଏ ଘଟଣା ଏବେ ଏହି ପ୍ରଶ୍ନକୁ ଜୋରଦାର କରିଛି। ପ୍ରଥମେ ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ, ପରେ ଚାଉଳିଆଗଞ୍ଜ IIC ବ୍ୟୁଟି ମହାନ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ, ଆଉ ଏବେ ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା। ଏହି କ୍ରମାଗତ ଘଟଣା ପୋଲିସ ବିଭାଗର କାର୍ଯ୍ୟ ପରିବେଶକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି। ୨୦୧୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର IPS ଅଧିକାରୀ ଜଗମୋହନ ମୀନା ସରକାରଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ତେବେ ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ୨୦୨୫ ଫେବୃଆରୀ ୨୮ରେ ସେ ଭୁବନେଶ୍ୱର DCP ଭାବେ ଯୋଗ ଦେଇଥିଲେ।

ଅନ୍ୟପଟେ, ଚାଉଳିଆଗଞ୍ଜ IIC ବ୍ୟୁଟି ମହାନ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଛି। ତାଙ୍କ ସ୍ୱାମୀ ଓ ଦୁଇ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ, ମୋବାଇଲ୍, ଲାପଟପ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣର ଯାଞ୍ଚ ଚାଲିଛି।

Odisha Police Mourn Inspector Beauty Mohanty; Family Alleges Excessive Work Pressure(!) |

ତେବେ, DCPଙ୍କ ଇସ୍ତଫା ଓ IICଙ୍କ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଅଧିକୃତ ପ୍ରମାଣ କିମ୍ବା ସରକାରୀ ସୂଚନା ମିଳିନାହିଁ। ତଥାପି ଲଗାତାର ଘଟୁଥିବା ଏହି ଘଟଣାଗୁଡ଼ିକ କମିଶନରେଟ୍ ପୋଲିସର କାର୍ଯ୍ୟ ପରିବେଶକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

 

Related posts

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁୁ

mahabharatanews

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ

mahabharatanews