ଓଡିଶା

ପାଣିକୋଇଲି ଠାରେ ଆଜି ଉତ୍କଳ ଦିବସ ତଥା ପୋଲିସ ଦିବସ ପାଳନ ହୋଇଛି ।

ଆଜି ପବିତ୍ର ଉତ୍କଳ ଦିବସ ତଥା ପୋଲିସ ଦିବସ l ଏହି ଅବସରରେ ଯାଜପୁର ଜିଲ୍ଲା ପାଣିକୋଇଲି ମୁଖ୍ୟାଳୟ ପରିସରରେ ୯୧ତମ ଜିଲା ସ୍ତରୀୟ ପୋଲିସ ଦିବସ ପାଳିତ ହୋଇଛି l ଏଥିରେ ଯାଜପୁର ଏସ.ପି. ୟଶ୍ ପ୍ରତାପ ଶ୍ରୀମାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ l ପୋଲିସ ବାହିନୀ ଗଠନ ଦିନ ଠାରୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ l ଏହି ଅବସରରେ ଜିଲା ସ୍ତରରେ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ପୋଲିସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ lଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଆଇନୀଶୃଙ୍ଖଳା ପାଇଁ ବିଶେଷ ଅବଦାନ ଥିବା ବରୀ ଥାନାର ଏଏସଆଇ ସୌମ୍ୟ ରଞ୍ଜନ ଭୋଳ,ଯାଜପୁର ରୋଡ ଥାନାର ଏସଆଇ ହରେକୃଷ୍ଣ ସ୍ୱାଇଁ,ଏପିଆର ହାବିଲଦାର ବିପିନ୍ ବିହାରୀ ମହାନ୍ତି,ହାବିଲଦାର ବିଜୟ କୁମାର ସାହୁ ଓ କନେଷ୍ଟବଳ ଅଚ୍ୟୁତାନନ୍ଦ ବଳଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଥିଲା l

Related posts

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews

ଖଳାରେ ନିଆଁ ଲାଗି ୭ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ

mahabharatanews

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews