ଓଡିଶା

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

ପୁରୀ / ଜୟନ୍ତ କୁମାର ସେଠି : ପୁଣି ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା। ନିଆଁ ଭୟରେ ପର୍ୟ୍ୟଟକମାନେ ବାହାରକୁ ଦୌଡି ଆସିଥିଲେ। ଏପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ତେବେ ଏକ ବଡ଼ ଅଘଟଣରୁ ଧର୍ମଶାଳା ବର୍ତ୍ତି ଯାଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ପୁରୀ ସହରରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ବାଗେଡିଆ ଧର୍ମଶାଳାରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ଘଟଣା ନେଇ ସହରବାସୀ ଭୟଭୀତ ହୋଇ ପଡିଛନ୍ତି।

 

Related posts

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି ; ୪ଘଣ୍ଟା ଦର୍ଶନ ମନା

mahabharatanews

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

mahabharatanews