ଓଡିଶା

କାଶିନିପଦର ଦଣ୍ଡଯାତ୍ରା ପାଇଁ ଫିରିଙ୍ଗିଆ ଅଞ୍ଚଳ ଉତ୍ସବ ମୁଖର

ସଂପ୍ରତି ଦଣ୍ଡଯାତ୍ରା ଯୋଗୁଁ ‌କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ କାଶିନିପଦରଅଞ୍ଚଳ ଉତ୍ସବ ମୁଖର ସହ ଚଳଚଞ୍ଚଳ ହୋଇଉଠିଛି । ଫିରିଙ୍ଗିଆ ଗ୍ରାମାଞ୍ଚଳ ସାଙ୍ଗକୁ ସହରାଞ୍ଚଳରେ ମଧ୍ୟ କେଉଁଠି ନା କେଉଁଠି ଦଣ୍ଡଯାତ୍ରା ଯୋଗୁଁ ବିଭିନ୍ନ ଦଣ୍ଡଦଳର ନଗର ଭ୍ରମଣ କାଳରେ ପ୍ରତ୍ୟେକ ଘର ସମ୍ମୁଖରେ କୁମ୍ଭ ସ୍ଥାପନର ସୁଦୃଶ୍ୟ ସାଙ୍ଗକୁ ଝୁଣାର ମହକ ଏବଂ ଢୋଲ ବାଦ୍ୟର ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି କରୁଛି । ଦଣ୍ଡୁଆଙ୍କ ଧୂଳିଦଣ୍ଡ, ଜଳଦଣ୍ଡ, ଅଗ୍ନିଦଣ୍ଡ ଓ ପରଭା ନୃତ୍ୟ ହରପାର୍ବତୀ ନୃତ୍ୟ, ଚଢ଼େଇଆ ନୃତ୍ୟ ବିଣାକାର ନୃତ୍ୟ ଶ୍ରଦ୍ଧାଳୁଙ୍କୁ ଏକ ଭାବବିହ୍ଵଳ ବାତାବରଣ ମଧ୍ୟକୁ ଟାଣି ନେଉଛି ।

ଏଥି ସହ ରାତ୍ରକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି । ଅନ୍ୟପକ୍ଷରେ ଦଣ୍ଡଯାତ୍ରା କାଳରେ ବାନା, ବାଡି, ବେତ,ଫୁଲମାଳ, ନବାତ ଓ ଫଳ ଆଦି ପୂଜା ସାମଗ୍ରୀ କ୍ରୟ ସକାଶେ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ବିଭିନ୍ନ ଦୋକାନରେ ଦେଖିବାକୁ ମିଳୁଛି । ତେବେ ଏହି ପାରମ୍ପରିକ ଦଣ୍ଡଯାତ୍ରା ଅବସରରେ ଅଞ୍ଚଳର ବିଭିନ୍ନ ଲୋକକଳାର ଛବି ପ୍ରତିଫଳିତ ହେଉଥ‌ିବା ଦେଖିବାକୁ ମିଳୁଛି ।

Related posts

କଳିଙ୍ଗ ଶଙ୍କର ଚକ୍ଷୁ ଚିକିତ୍ସା କର୍ମଶାଳା ଆୟୋଜିତ

mahabharatanews

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews