ଓଡିଶା

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗିତିଲତା ପଞ୍ଚାୟତର ଗିତୀଲତା ଗ୍ରାମର ଅଜୟ ଦେଓଗନ(୨୨) ରବିବାର ଦିନ ଅପରାହ୍ନ ୩.୩୦ ଘରେ ପହଞ୍ଚି ଅସୁସ୍ଥ ଅନୁଭବ କରିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ ହୋଇଥିଲା । ପୋଲିସ ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଗାଁ ରେ ଶୋକରେ ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।

Related posts

୧୨ ପୋଲିସ କର୍ମଚାରୀ କରୋନା ପଜିଟିଭ, ରାୟଗଡା ଏସପିଙ୍କ ଭିଡିଓ ବାର୍ତ୍ତା ଜାରି

mahabharatanews

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

mahabharatanews