ଓଡିଶା

ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କଲେ

ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ୩୩୭ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ରାସ୍ତା ପରିଷ୍କାର କରିଛନ୍ତି । ଓଏସଏସଏସସି ଦ୍ୱାରା ଆୟୋଜିତ ହୋଇଥିବା ପରୀକ୍ଷା ସମ୍ପର୍କିତ ବିବାଦର ସମାଧାନ କରିଛନ୍ତି ମାନ୍ୟବର ହାଇକୋର୍ଟ । ଓଏସଏସଏସି ପକ୍ଷରୁ ୨୦୨୩ ଅକ୍ଟୋବର ୨୦ରେ ୨୭୧୨ଟି ପଦରୁ ୧୬୭୭ ଫରେଷ୍ଟ ଗାର୍ଡ, ୩୧୬ଫରେଷ୍ଟର ଏବଂ ୭୧୯ ଲାଇଭ୍‌‌ ଇନ୍ସେପେକ୍ଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ସମସ୍ତ ପଦ ଲାଗି ମୋଟ୍‌‌ ୨ଲକ୍ଷ ୫୫ ହଜାର ୧୬୯ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୮ ହଜାର ୪୯୬ଜଣ ମନୋନୀତ ହୋଇଥିଲେ । ଏହାବାଦ୍‌‌ ୩୩୭ଜଣଙ୍କ ପରୀକ୍ଷାଫଳକୁ ପ୍ରକାଶ କରାଯାଇନଥିଲା । କମିସନ ଅଭିଯୋଗ କରିଥିଲେ ଯେ, କେତେକ ଆଶାୟୀ ସେମାନଙ୍କ ଆବେଦନ ପତ୍ରରେ ଭୁଲ୍ ତଥ୍ୟ ଦେଇଛନ୍ତି କିମ୍ବା ପରୀକ୍ଷାରେ ଅନୁଚିତ ମାର୍ଗ ଆପଣେଇଛନ୍ତି । ଏହି ପ୍ରାର୍ଥୀମାନଙ୍କ ଏକାଡେମିକ କ୍ୟାରିୟର ଏତେ ଭଲ ନ ଥିଲା ବେଳେ ହଠାତ୍‌ ପରୀକ୍ଷାରେ ଅଧିକ ମାର୍କ ରଖିବାକୁ କମିସନ ଗ୍ରହଣ କରି ନ ଥିଲେ । କପି କରି ସେମାନେ ପରୀକ୍ଷାରେ ଅଧିକ ନମ୍ବର ରଖିଛନ୍ତି ବୋଲି ଦର୍ଶାଇ ୨୦୨୫ ମସିହାରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିଲା । ଏନେଇ ଓଏସଏସସି ପକ୍ଷରୁ ଏକ କମିଟି ଗଠନ କରାଯାଇ ଆଶାୟୀ ପ୍ରାର୍ଥୀଙ୍କ ପରୀକ୍ଷାଫଳ ପ୍ରକାଶନ ଉପରେ ଅଙ୍କୁଶ ଲଗାଯାଇଥିଲା ।

Orissa High Court pauses reservation-based promotions in...

ହାଇକୋର୍ଟଙ୍କ ରାୟ ପରେ କମିସନ ଆସନ୍ତା ୩ ସପ୍ତାହ ମଧ୍ୟରେ ଆଶାୟୀମାନଙ୍କ ପଦ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ସୁପାରିଶ ପାଇବା ପରେ ସରକାରୀ ବିଭାଗ ବିନା କୌଣସି ବିଳମ୍ବରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏହି ଆବେଦନକାରୀ ପ୍ରାର୍ଥୀମାନେ ପୂର୍ବରୁ ସରକାରୀ ଚାକିରୀରେ ଯୋଗଦେଇଥିବା ପ୍ରାର୍ଥୀଙ୍କ ଠାରୁ ବରିଷ୍ଠତା ଦାବି କରି ପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ଓଏସଏସଏସସି ଦ୍ୱାରା ୧୯ ଫେବୃଆରୀ ୨୦୨୫ରେ ଜାରି ହୋଇଥିବା ଶୋ-କଜ ନୋଟିସ ଏବଂ ୧୦ ଅକ୍ଟୋବର ୨୦୨୫ର ଆଦେଶକୁ ଅବୈଧ ଘୋଷଣା କରିଛନ୍ତି । ହାଇକୋର୍ଟରେ ଦାୟର ୨୫୦ ରୁ ଉର୍ଦ୍ଧ୍ବ ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

No photo description available.

Related posts

କୋଭିଡ ନିୟମ ଅନୁପାଳନର ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ

mahabharatanews

ରାଜ୍ୟରେ ଆଉ ଦୁଇ ଦିନ ତାତି ଜାରି ରହିବ  

mahabharatanews

ରଥ ଯାତ୍ରାରେ ଲାଗିଲା ରୋକ,ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ କରାଯିବ ପରିକ୍ରମା

mahabharatanews