ଓଡିଶା

ଖଣି ବିଭାଗ ପକ୍ଷରୁ ଚୋରା ବାଲି ବୋଝେଇ ହାଇୱା ଜବତ୍

ହାଟଡିହି ଶୁକ୍ରବାର ଦିନ ସନ୍ଧ୍ୟା ସମୟ ରେ କେନ୍ଦୁଝର ଖଣି ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରି ଏକ ଚୋରା ବାଲି ବୋଝେଇ ହାଇୱା ଗାଡ଼ି କୁ ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲେ। ଏହି ଯାଞ୍ଚ ପ୍ରକ୍ରିୟା ହାଟଡିହି ତହସିଲ ଛକ ନିକଟରେ ଚାଲିଥିଲା।ବଡ଼ ଠାକୁର ଲେଖା ଥିବା ଏହି ବାର ଚକିଆ ହାଇୱା ଗାଡ଼ି ର ପରିବହନ ପାଇଁ କୌଣସି କାଗଜ ନଥିବାରୁ ଅଧିକାରୀ ଫାଇନ ଦେବାକୁ କହିଥିଲେ। ନହେଲେ ଥାନା ରେ ମାମଲା ରୁଜୁ କରିବା ସହ ଗାଡ଼ି ଥାନା କୁ ଯିବା ବୋଲି ନିଷ୍ପତି ନିଆଯାଇ ଥିଲା। ଏଠାରେ ପ୍ରଶ୍ନ ଉଠେ ଗାଡ଼ି ରେ ବଡ଼ ଠାକୁର ଲେଖି ଏମିତି ଚୋରା ବାଲି ପରିବହନ କରିବା ଅର୍ଥ ଜଗନ୍ନାଥ ନା ରେ ରାସ୍ତାରେ ବାଲି ପରିବହନ କଲେ ସମସ୍ତ ଙ୍କର ସିମ୍ପତି ରୁ ଗାଡ଼ି କୁ କେହି ଧରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

Related posts

୨୫ରେ ବଢିବ ବର୍ଷାର ପରିମାଣ 

mahabharatanews

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

mahabharatanews

ଲକଡାଉନ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

mahabharatanews