ଓଡିଶା

ସ୍ୱାଭିମାନ ଅଞ୍ଚଳରେ ୨ ଆଦିବାସୀ ଗୋଷ୍ଠିଙ୍କ ମେଳି

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବା ଘଟଣା ପ୍ରଚାରିତ ହୋଇଛି । ଗୁରୁବାର ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ ବଡ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି । ନକ୍ସଲଙ୍କ ପାଇଁ ସେମାନଙ୍କ ମଧ୍ୟରେ ଏକତା ଭାଙ୍ଗୁଥିବା ଏହି ମେଳିରେ ଆଲୋଚନା ହୋଇଛି । ସୂଚନା ଅନୁଯାୟୀ, ଖଜୁରୀଗୁଡାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡା ଆମ୍ବ ପଞ୍ଚାୟତର କିଛି ଗାଁରୁ ପ୍ରାୟ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜେଇ ହୋଇ ମେଳି କରିଥିଲେ । ସେହିପରି ୫୦୦ ମିଟର ଦୂର ଦରଲାପଡାରେ ଯୋଡାଆମ୍ବ ପଞ୍ଚାୟତର ୬ଟି ଗାଁର ଏକ ହଜାରରୁ ଅଧିକ ଅଧିକ ଆଦିବାସୀ ଆଉ ଏକ ମେଳି କରିଥିଲେ ।

ତେବେ ଖଜୁରୀଗୁଡାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ ଯେ, ଅପର ଗୋଷ୍ଠି ଆଦିବାସୀ ନୂଆ ରାସ୍ତାରେ ସେମାନଙ୍କୁ ଯିବାକୁ ଦେଉ ନାହାନ୍ତି । ସେହି ବାଟ ଦେଇ ଗଲେ ମାଡ ମାରୁଛନ୍ତି । ସେମାନଙ୍କ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦେଇଛନ୍ତି । ସେହିପରି ଦରଲାପଡାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ ଯେ, ଅନ୍ୟ ଗୋଷ୍ଠି ସେମାନଙ୍କ ଗାଁରେ ପଶି ନକ୍ସଲଙ୍କ ସହ ମିଶି କିଛି ଦିନ ତଳେ ଘର ଜାଳି ଦେଇଥିଲେ । ଏହି ଘଟଣାକୁ ନେଇ ଯୋଡାଆମ୍ବରେ ଅଶାନ୍ତି ସୃଷ୍ଟି ହୋଇଛି ।

Related posts

ଲକ୍ଷ୍ମୀମନ୍ଦିରରେ ଭକ୍ତଙ୍କ ଭିଡ଼

mahabharatanews

ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ

mahabharatanews

ଘୂର୍ଣ୍ଣିବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସୁରେଶ ପୂଜାରୀ

mahabharatanews