ଅପରାଧଓଡିଶା

ଗାଁ ରାସ୍ତାରେ ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କ ଜୀବନ ନେଲା

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡର । ଗାଁ ରାସ୍ତାରେ ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କୁ ହତ୍ୟା କରିଲା ଅଭିଯୁକ୍ତ । ଆସାମୀକୁ ଧରି ଗୋଡ଼ ହାତ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ ଲୋକେ । ମୃତ ଦୁଇ ଜଣ ହେଲେ କୁଲୁଘୁଟୁ ଗ୍ରାମର ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା । ଅଭିଯୁକ୍ତ ଜଣକ ହେଲା ସେହି ଗ୍ରାମର ମୋଚକା ଆଲଦା । ତେବେ କେଉଁ କାରଣରୁ ଅଭିଯୁକ୍ତ ସେମାନଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ।

tiring Double Murder

ସୂଚନା ଅନୁଯାୟୀ ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ଆଜି ସକାଳ ୯ ଟା ସମୟରେ ଅଭିଯୁକ୍ତ ମୋଚକା ନିଶାଶକ୍ତ ଅବସ୍ଥାରେ ନିଜ ଘର ସମ୍ମୁଖରେ ଠିଆ ହୋଇଥିଲା । ସେହି ବାଟ ଦେଇ ଗୋପୀନାଥ ଓ ବୁଦ୍ଧେଶ୍ୱର ରଣା ଆସୁଥିବା ଦେଖି ମୋଚକା ସେମାନଙ୍କ ଉପରେ ଲୁହା ଶାବଳରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଗୋପୀନାଥ ଓ ବୁଦ୍ଧେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ତେବେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ରସିରେ ବାନ୍ଧି ନିସ୍ତୁକ ମାଡ ମାରି ଗୋଡ ଭାଙ୍ଗି ଦେଇଛନ୍ତି । ତିରିଂ ଥାନା ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଗିରଫ କରିବା ସହିତ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ପାଇଁ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

 Double Murder in rairangpur Photograph: (sambad.in)

Related posts

ଜୁଆ ଆଡ୍ଡାରେ ଚଢାଉ, ୬ ଗିରଫ

mahabharatanews

ମରଣ ମୁହଁରୁ ବୃଦ୍ଧଙ୍କୁ ବଚାଂଇ ମାନବିକାତାର ପରିଚୟ ଦେଲେ ମହିଳା ସବଇନିସପେକ୍ଟର

mahabharatanews

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews