ସମାଜର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ସବୁବେଳେ ସଚେତନତା ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କରିବା ସହ ବହୁ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନେଇ ଥାଏ I କେତେବେଳେ ଗୋଲାପ ଫୁଲ ଦେଇ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ତ ଆଉ କେତେବେଳେ ଘର ଚଟିଆ ମାନଙ୍କ ବଂଶ ବୃଦ୍ଧି ପାଇଁ ଚେଷ୍ଟା କରିବା I ସବୁବେଳେ ବର୍ଷ ତମାମ ଜଟଣୀ ବାସୀଙ୍କୁ ଭିନ୍ନ ଭିନ୍ନ ଉପାୟରେ ସଚେତନତା କରିଥାନ୍ତି ସମ୍ଭାବନା ପରିବାରର ସଦସ୍ୟ ମାନେ I ଠିକ୍ ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ଭାବନା ପରିବାର ପକ୍ଷରୁ ପାଳନ ହୋଇଯାଇଛି ଚୁଡ଼ାଘସା ଦିବସ I
ଏହି କାର୍ଯ୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶାର ସାଂସ୍କୃତି ପରମ୍ପରା କୁ ବଜାଇ ରହିବା ବୋଲି ଯାହା ସୂଚନା ଦେଇଛନ୍ତି ସମ୍ଭାବନା ପରିବାର ର ସମ୍ପାଦକ ଦେବ ପ୍ରସାଦ ଦାଶ I ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମସ୍ତେ ମେ ୧୬ କୁ ଚୁଡ଼ାଘଷା ଦିବସ ଭାବେ ପାଳନ କରିବାକୁ ଆହ୍ଵାନ ଦେଇଥିଲେ I ଏହି ଅବସରରେ ବହୁ ପ୍ରତିଭାଧାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା I କୁନି କୁନି ପିଲାମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ସମସ୍ତଙ୍କ ମନକୁ ମୁଗ୍ଧ କରିଥିଲା I
