ଓଡିଶାଦୁର୍ଘଟଣା

ଚଳନ୍ତା ବସ୍ ରୁ ଚକ ବାହାରି ରାସ୍ତା କଡ ଦୋକାନରେ ପଶିଲା

ବ୍ରହ୍ମପୁର ଠାରୁ କନ୍ଧମାଳ ଜିଲ୍ଲା କାଟିଙ୍ଗା ଯାଉଥିବା ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍  ୩୦ ଜଣ ଯାତ୍ରୀ ଙ୍କୁ ନେଇ ଯିବା ସମୟରେ ମୋହନା ସଦର ମହକୁମା ପ୍ରାଣୀଧନ ଚିକିତ୍ସାଳୟ ସାମନା ରେ ହଟାତ ବାମ ପଟ ର ଆଗ ଚକଟି ବାହାରି ନିକଟରେ ଥିବା ଏକଟିଭ ଏଗ୍ରୋ ଚାଷୀ ସାମଗ୍ରୀ ବିକ୍ରୟ କେନ୍ଦ୍ର ଏକ ଦୋକାନ ଭିତରେ ପଡିଥିଲା।  ଚକଟିର ଗତି ଏତେ କ୍ଷିପ୍ର ଥିଲା ଯେ ଦୋକାନ ସାମନା ରେ ଥିବା ଦୁଇ ଗୋଟି କୃଷି ଯନ୍ତ୍ରପାତି କୁ ଧକ୍କା ଦେଇ ଦୋକାନ ଗୃହକୁ ଯାଇଥିଲା। ଅପରପକ୍ଷେ ଖରାର ପ୍ରକୋପ ବହୁତ ଥିବା ପାଇଁ ସୌଭାଗ୍ୟ ବଶତଃ ଦୋକାନ ନିକଟରେ କୌଣସି ବ୍ୟକ୍ତି ସେଠାରେ ଉପସ୍ଥିତ ନଥିଲେ । ବସ ଟି ୩୦ ମିଟର ଘୋଷାରି ଘୋଷାରି ଆଗକୁ ଯାଇ ରାସ୍ତା ଉପରେ ହିଁ ଅଟକି ଯାଇଛି। ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Related posts

ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ

mahabharatanews

ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ନେଇ ଆଲୋଚନା ପର୍ୟ୍ୟାଲୋଚନା

mahabharatanews

୫ରୁ ବଢିବ ଶୀତ

mahabharatanews