ଓଡିଶା

ଏସଆରସିଙ୍କ ସଙ୍କେତ: ରାଜ୍ୟକୁ ପୁଣି ଫେରିବ ଲକଡାଉନ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୫, କଟକରୁ ୨୫, ମୟୂରଭଂଜରୁ ୧୩, ନୂଆପଡ଼ାରୁ ୧୨, ସୁନ୍ଦରଗଡ଼ରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୮୭, ଲୋକାଲ୍ କେସ୍- ୫୯ ରହିଛି। ଗତ ଦୁଇ ଦିନ ହେବ ରାଜ୍ୟରୁ ପଜିଟିଭ ଚିହ୍ନଟ ସଂଖ୍ୟା ତିନି ଅଙ୍କ ଛୁଇଁଛି । ମୁଖ୍ୟତଃ ଶିକ୍ଷାନୁଷ୍ଠାନରୁ ସଂକ୍ରମିତ ଅଧିକ ବାହାରୁ ଛନ୍ତି । ଏହାକୁ ନେଇ ରାଜ୍ୟ ସରକାରର ଚିନ୍ତା ବୃଦ୍ଧି ପାଇଛି । ଅନୁମାନ କରାଯାଉଛି, ରାଜ୍ୟରେ ପୁଣି ଲକଡାଉନ ଫେରିବ । ଏସଆରସି ମଧ୍ୟ ଆଜି ଲକଡାଉନ ଫେରିବା ନେଇ ସଙ୍କେତ ଦେଇଛନ୍ତି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିବେ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସ୍ପି ଏହି ସମୀକ୍ଷା ବୈଠକରେ ସାମିଲ ହେବେ। କୋଭିଡ୍ ନିୟନ୍ତ୍ରଣ ପାଇଁ ପୁଣି ଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି। ସେମାନେ ଗାଁକୁ ଆସୁ୍ଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ୍ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି। ସ୍ଥିତି ଦେଖି ଲକ୍ଡାଉନ୍ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

 

Related posts

ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା

mahabharatanews

୧୬ ହଜାର କଫ୍ ସିରପ୍ ବୋତଲ ଜବତ

mahabharatanews

ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟାକୁ ନେଇ ପ୍ରସ୍ତୁତି ବୈଠକ

mahabharatanews