ଓଡିଶା

ଭବ୍ୟ ଆୟୋଜନରେ ପାଳିତ ହେଲା ଶୀତଳ ଷଷ୍ଠୀ ମହୋତ୍ସବ, ସମ୍ପନ୍ନ ହେଲା ଶିବ-ପାର୍ବତୀଙ୍କ ଦିବ୍ୟ ବିବାହ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୭୯ ଗ୍ରାମର ତାରକେଶ୍ୱର ମନ୍ଦିର ପରିସରରେ ଚଳିତ ବର୍ଷର ଶୀତଳ ଷଷ୍ଠୀ ମହୋତ୍ସବ ଭକ୍ତିମୟ ଓ ଉତ୍ସବମୁଖର ପରିବେଶରେ ଧୁମଧାମରେ ପାଳିତ ହୋଇଯାଇଛି। ବାଣ ରୋଶଣୀ, ଢୋଲ-ନିଶାନ ଓ ନୃତ୍ୟର ତାଳେ ତାଳେ ବରଯାତ୍ରୀ ଦଳ ନାଚି-ଝୁମି ଶିବ-ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବକୁ ସ୍ମରଣୀୟ କରିଥିଲେ।

ଶ୍ରୀଶ୍ରୀ ହର ତାରକେଶ୍ୱର ମନ୍ଦିରରୁ ବାହାରିଥିବା ବରଯାତ୍ରା ଗ୍ରାମ ପରିକ୍ରମା କରି ମାତା ପାର୍ବତୀଙ୍କ ଘର, ହନୁମାନ ମନ୍ଦିର, ଶିବପୀଠ, ଶ୍ରୀଜଗନ୍ନାଥ ଓ ଗୋବିନ୍ଦ ମନ୍ଦିର ସମେତ ବିଭିନ୍ନ ଧାର୍ମିକ ସ୍ଥାନ ଦେଇ ଯାଇଥିଲା। ପରେ ମନ୍ଦିର ପରିସରରେ ବେଦମନ୍ତ୍ର ଓ ପାରମ୍ପରିକ ରୀତିନୀତି ଅନୁସାରେ ଶୁଭ ଲଗ୍ନରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ଏହି ଉତ୍ସବରେ ମହିଳା, ଯୁବକ, ବରିଷ୍ଠ ନାଗରିକ ଓ ଶିଶୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଭକ୍ତି ସଙ୍ଗୀତ ଓ ନୃତ୍ୟରେ ମଗ୍ନ ହୋଇଥିଲେ। ବିବାହ ପରେ ଆୟୋଜିତ ଅନ୍ନଭୋଗ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ।

ତାରକେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଲୋକସଜ୍ଜା, ସୁରକ୍ଷା, ଶୋଭାଯାତ୍ରା ଓ ଭୋଗ ବ୍ୟବସ୍ଥାର ସୁଚାରୁ ପରିଚାଳନା କରାଯାଇଥିବା ବେଳେ, ଏହି ମହୋତ୍ସବ ଅଞ୍ଚଳର ସାମାଜିକ ଏକତା ଓ ଧାର୍ମିକ ଭାବନାର ଏକ ସୁନ୍ଦର ନିଦର୍ଶନ ପାଲଟିଛି।

Related posts

ଭୁବନେଶ୍ୱରର ପ୍ରମୁଖ ଆକର୍ଷଣ; ବିଶ୍ୱକପ୍ ଓ ଆବର୍ଜନ

mahabharatanews

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

mahabharatanews

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

mahabharatanews