ଓଡିଶା

ଫିରିଙ୍ଗିଆ ପୋଲିସ ର ଗାଁକୁ ଚାଲ ଅଭିଯାନ,ସାଡିଙ୍ଗିଆ ରେ ଫିରିଙ୍ଗିଆ ପୋଲିସର ଜନସମ୍ପର୍କ ସଭା…

ଏବେବି ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ବଦଳ ରେ ପୋଲିସ ଦେଖିଲେ ଭୟ କରିବା ସହ ସାଧାରଣ ଜନତା ସଚେତନ ଅଭାବ ରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତି ରେ ଫିରିଙ୍ଗିଆ ପୁଲିସ ସାଧାରଣ ଜନତା ଓ ପୁଲିସ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ରଖିବା ଓ ବିଭିନ୍ନ ସମସ୍ୟା ରେ ପରସ୍ପର ମଧ୍ୟରେ ସହାଭାଗିତା ରଖି  ବେଆଇନ କାର୍ଯ୍ୟରୁ ନିବୃତ ରହିବା ସହ ଯେଉଁ ମାନେ ବେ ଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେଥିରୁ ନିବୃତ ରହିବା ସହ ଭଲ କାର୍ଯ୍ୟକୁ ଆପଣାଇବା ପାଇଁ ଫିରିଙ୍ଗିଆ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆପଣେଇଥିବା ବେଳେ ଫିରିଙ୍ଗିଆ ଥାନା ତରଫରୁ ଜନ ସମ୍ପର୍କ ସଭା ଆରମ୍ଭ କରିଛି । ଏହି ପରିପେକ୍ଷୀରେ ପ୍ରଥମେ ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅଧୀନ ଉପାନ୍ତ ଅଞ୍ଚଳ ଆଦିବାସୀ ଅଧୁଷିତ  ସାଡିଙ୍ଗିଆ ରେ ଜନସାଧାରଣ ଙ୍କ ସହ ମିଶି ଏକ ଜନସମ୍ପର୍କ ସଭା ଆରମ୍ଭ କରିଛି। ସାଡିଙ୍ଗିଆ ପଞ୍ଚାୟତ ସରପଞ୍ଚ ସାଦମ୍ବିନୀ କହଁର ଙ୍କ ଅଧ୍ୟକ୍ଷତା ଏବଂ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଜନସମ୍ପର୍କ ସଭା ରେ  ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ, ସମିତି ସଭ୍ୟା ରିତାଞ୍ଜଳୀ ରଣା, ପୂର୍ବତନ ସାଡିଙ୍ଗିଆ ସରପଞ୍ଚ ଲଶିବନ କହଁର ଯୋଗ ଦେଇଥିଲେ।

ଜନସମ୍ପର୍କ ସଭାରେ ପୁଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଉଭୟେ ମିଳିମିଶି ସହଯୋଗ ରେ କାର୍ଯ୍ୟ କରିବା ପାଇଁ ଅଞ୍ଚଳ ବାସୀ ଙ୍କୁ ପୁଲିସ ସଚେତନ କରିଥିବା ବେଳେ ଗ୍ରାମାଞ୍ଚଳ ରେ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ଅଞ୍ଚଳ ବାସୀ ଥାନା ଅଧିକାରୀ ଙ୍କୁ ଅବଗତ କରିଥିଲେ । ବିଶେଷ କରି ସାଡୀଙ୍ଗିଆ ଅଞ୍ଚଳ ରେ ବର୍ତମାନ ବିଭିନ୍ନ ଗାଁ ଗାଁ ରେ ଦେଶୀ ଓ ବିଦେଶୀ ମଦ ବିକ୍ରି ପ୍ରବଳ ମାତ୍ରାରେ ହେଉଥିବା ବେଳେ ଦୈନିକ ପରିବାର ରେ ଅଶାନ୍ତି ଦେଖା ଦେଇଥିବା ବେଳେ ଛୋଟ ଛୋଟ ନାବାଳକ ମାନେ ନିଶା ସେବନ କରି ବାଇକ ରେ ଦୁର୍ଘଟଣା ଘଟି ମୃତ୍ୟୁ ମୁଖରେ ପଡୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅଞ୍ଚଳ ବାସୀ ।

ଅନ୍ୟପଟେ ଅଞ୍ଚଳ ର ମହିଳା ମାନେ ଦୀର୍ଘ ଦିନରୁ ମଦ ବିରୋଧୀ ଆନ୍ଦୋଳନ କରିଥିବା ବେଳେ ସଫଳ ହୋଇନଥିଲେ ତେଣୁ ମଦ ବିକ୍ରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ତେବେ ଆଗାମୀ ଦିନରେ ଗାଁ ଗାଁ ରେ ପୁଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଜନସମ୍ପର୍କ ସଭା ଆୟୋଜନ କରିବା ସହ ସଚେତନ କରିବାକୁ ସାଧାରଣ ଲୋକେ ଦାବୀ କରିଥିବା ବେଳେ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ମଧ୍ୟ ଫିରିଙ୍ଗିଆ ଥାନା ଅଧୀନ ବିଭିନ୍ନ ଗାଁରେ ଜନସାଧାରଣ ଙ୍କୁ ପୁଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ସହ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Related posts

‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି

mahabharatanews

ବର୍ଷାରେ ଭୁବନେଶ୍ୱରର ସ୍ଥିତି ବେହାଲ 

mahabharatanews

ରାଜଧାନୀ ଭୁବନେଶ୍ୱରରୁ ଜାଲ ନୋଟ ଜବତ

mahabharatanews