ଓଡିଶାପାଣିପାଗ

ରାଜ୍ୟରେ ଖୁବଶୀଘ୍ର ବର୍ଷିବ ଝଡ ବର୍ଷା ।

ରାଜ୍ୟରେ ହେବ ଝଡବର୍ଷା । ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଜୁଲାଇ ୨ ବେଳକୁ ଲଘୁଚାପ ହେବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ ସୃଷ୍ଟି ହେବ। ଉତ୍ତର ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଫଳରେ ରାଜ୍ୟରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Heavy rain lashes Odisha, 23 families evacuated to safety - OrissaPOST

ଅପରପକ୍ଷେ ରାଜ୍ୟରେ ବର୍ଷା ହେଉଥିଲେ ମଧ୍ୟ ଏବେ ବି ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୪ ଘଣ୍ଟା ପର‌୍ୟ୍ୟନ୍ତ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

Thunderstorms, Strong Wind To Lash 6 Odisha Dists In 3 Hours, Heavy Rain  Alert From Today | OdishaBytes

ଅପରପକ୍ଷେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ଓ୍ବାର୍ନିଂ ଦିଆଯାଇଛି।

Related posts

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହେଯାଗୀ ଗିରଫ |

mahabharatanews

ଏଣିକି ଶିମିଳିପାଳରେ ହେବ କଳା ବାଘ ସଫାରୀ

mahabharatanews