ଅପରାଧଓଡିଶା

ବାଣପୁର ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଡ଼ ବିବାଦ, ଥାନା ଭିତରେ କଣ ଘଟିଲା?

ବାଣପୁର ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଡ଼ ବିବାଦ!

ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ହଙ୍ଗାମା

ପୁଲିସ ମାଡ଼ରେ ମୃତ୍ୟୁ, ପରିବାରର ସାଂଘାତିକ ଅଭିଯୋଗ

ଖାକି ଉପରେ ଉଠିଲା ବଡ଼ ପ୍ରଶ୍ନ

ପୁଲିସ କହୁଛି ଗୋଟିଏ କଥା, ପରିବାର କହୁଛି ଆଉ ଗୋଟିଏ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାକୁ କେନ୍ଦ୍ର କରି ଏବେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଭୀମପୁର ବାଘୁଆପଦର ସାହିର ୩୨ ବର୍ଷୀୟ ତୋଫାନ ନାୟକଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣାଯାଇଛି। ପରିବାରର ଦାବି, ଥାନା ଭିତରେ ପୁଲିସ ମାଡ଼ ମାରିବା ଫଳରେ ତୋଫାନ ଗୁରୁତର ହୋଇଥିଲେ ଏବଂ ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପରିବାରର ଅଭିଯୋଗ କ?

ପରିବାର ଲୋକଙ୍କ କହିବା ଅନୁଯାୟୀ, ପୁଲିସ ତୋଫାନଙ୍କୁ ବାଣପୁର ଥାନାକୁ ନେଇଥିବା ଖବର ପାଇ ପରିବାର ସଦସ୍ୟମାନେ ଥାନାରେ ପହଞ୍ଚିବା ବେଳେ ତୋଫାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ତାଙ୍କ ଶରୀରରେ ମାଡ଼ର ଚିହ୍ନ ଥିବା ସହ ପୁଲିସ ହେପାଜତରେ ତାଙ୍କୁ ନିସ୍ତୁକ ପିଟାଯାଇଥିବା ପରିବାର ଅଭିଯୋଗ କରିଛି।

ପରେ ପୁଲିସ ତୋଫାନଙ୍କୁ ପରିବାର ଲୋକଙ୍କ ହାତରେ ଛାଡ଼ି ଦେଇଥିଲା। କିନ୍ତୁ ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ।

ଣ କହୁଛି ପୁଲିସ?

ଅନ୍ୟପଟେ ଖୋର୍ଦ୍ଧା ଏସ୍‌ପି ପରମାର ସ୍ମିଥ୍ ପକ୍ଷୌତମ ଦାସ ପରିବାରର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତକାଲି ଅପରାହ୍ନ ୪ଟା ୪୩ ମିନିଟ୍‌ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନ ଫୋନ୍ କରି ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ଦେଇଥିଲେ।

ଏହାପରେ ବାଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୋଫାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେତେବେଳେ ତୋଫାନ ମଦ୍ୟପାନ କରି ଅଚେତ ଭଳି ଅବସ୍ଥାରେ ଥିଲେ। ପରିବାରକୁ ଖବର ଦିଆଯିବା ପରେ ରାତି ପ୍ରାୟ ୮ଟାରେ ସେମାନେ ଥାନାରେ ପହଞ୍ଚିଥିଲେ ଏବଂ ତୋଫାନଙ୍କୁ ସୁସ୍ଥ ଅବସ୍ଥାରେ ସେମାନଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

ତଦନ୍ତ ପରେ ସ୍ପଷ୍ଟ ହେବ ସତ୍ୟ

ଏହି ଘଟଣାରେ ପରିବାର ଓ ପୁଲିସର ବୟାନ ପରସ୍ପର ବିରୋଧାଭାସୀ ରହିଛି। ତୋଫାନ ନାୟକଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ପରିବାର ପକ୍ଷରୁ ଆଣାଯାଇଥିବା ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ପୋଷ୍ଟମର୍ଟମ୍ ରିପୋର୍ଟ ଓ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

 

Related posts

ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

mahabharatanews

ରାସ୍ତା ନିର୍ମାଣରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ

mahabharatanews

ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ

mahabharatanews