ଦେଶ ବିଦେଶବିଶ୍ୱ

ୟୁରୋପରେ ରୌଦ୍ର ରୂପ ଧାରଣ କରିଛି ଗ୍ରୀଷ୍ମ ପ୍ରବାହ ।

ଏଠାରେ ଗରମ ଓ ଗୁଳୁଗୁଳିରେ ସନ୍ତୁଳିତ ହେଉଛି ଜନଜୀବନ ଏପରିକି ଅସହ୍ୟ ଗରମ କାରଣରୁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି ଅପରପକ୍ଷେ ଡାକ୍ତରଖାନାରେ ମଧ୍ୟ ଦ୍ରୁତ ଗତିରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ତରଳୁଛି ଟ୍ରାମ ଧାରଣା ଏବଂ ଅନ୍ୟାନ ସାମଗ୍ରୀ । ତେବେ ଏହାର ପ୍ରଭାବରେ ଜର୍ମାନୀ ସମେତ ୟୁରୋପର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛୁ । ଏପରିକି ଏହିସବୁ ସ୍ଥାନରୁ ଯେଉଁସବୁ ଫଟୋ ଚିତ୍ର ଓ ଭିଡିଓ ସାମ୍ନାକୁ ଆସୁଛି ତାହା ହିଁ ବୟାନ କରୁଛି ଏଠାରେ କେତେ ପରିମାଣରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ଏହା ବ୍ୟତୀତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକରେ ଷ୍ଟୋର ଭିତରେ ଚକୋଲେଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ତରଳିବା, ସପିଂ କାର୍ଟ ଓ ଜୋତା ତରଳିଯିବା ପରି ଦୃଶ୍ୟ ଦେଖିବାକୁ ମିଳିଛି।

France records around 1,000 additional deaths amid extreme heat wave  leading to European records | KARK

ବର୍ଲିନ୍ ପୋଲିସ ନିଜ ଦେଶବାସୀଙ୍କୁ ଆଶ୍ବସ୍ତି ଦେବା ପାଇଁ ୱାଟର କ୍ୟାନନ ର ବ୍ୟବହାର କରୁଥିବା ମଧ୍ୟ ଦେଖାଯାଇଛି। ଏପରିକି ମହାଦେଶରେ ଉତ୍ତାପର ମାତ୍ରା ଏତେ ଅଧିକ ଯେ ଲୋକେ ଖରାରେ ଖାଦ୍ୟ ରାନ୍ଧି ପାରୁଛନ୍ତି। ଅନେକ ଭିଡିଓରେ ଲୋକେ ବାହାରେ ରଖାଯାଇଥିବା ପ୍ୟାନରେ ଅଣ୍ଡା କିମ୍ବା ବେକନ୍ ଭାଜୁଥିବା ଦେଖିବାକୁ ମିଳିଛି, ଯାହା ସୂର‌୍ୟ୍ୟଙ୍କ ପ୍ରଖର କିରଣରେ ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇଯାଉଛି।

Europe Heatwave 2025: All the European countries with heatwave weather  warnings right now | Condé Nast Traveller India

ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ୟୁରୋପ ହେଉଛି ପୃଥିବୀର ସବୁଠାରୁ ଦ୍ରୁତ ଗତିରେ ଉତ୍ତପ୍ତ ହେଉଥିବା ମହାଦେଶ ଏବଂ ଏହା ବିଶ୍ୱର ହାରାହାରି ତାପମାତ୍ରା ତୁଳନାରେ ଦ୍ୱିଗୁଣିତ ହାରରେ ଗରମ ହେଉଛି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୫ କୋଟି ଲୋକ ଅତ୍ୟଧିକ ଉତ୍ତାପରେ ରହୁଛନ୍ତି ଏବଂ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି।

Related posts

ଇମ୍ରାନଙ୍କୁ ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ

mahabharatanews

ପୁଅ ପରୀକ୍ଷା ନହାରିବା ପାଇଁ ବାପା ରାତିସାରା ଗାଡ଼ି ଚଲାଇଲେ

mahabharatanews

ଆଇସିସି ଓ ବିସିବି ବିବାଦରେକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା ।

mahabharatanews