Uncategorizedଓଡିଶା

ଆସନ୍ତା ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ! ବଢ଼ିପାରେ ବର୍ଷାର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ବର୍ଷାର ପ୍ରଭାବ ବଢ଼ିପାରେ। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ କ୍ରମେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ।

ଆସୁଛି ଲଘୁଚାପ: ୨୯ରୁ ଉପକୂଳରେ ବର୍ଷିବ - Dharitri

ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିପାରେ ବୋଲି ଅନୁମାନ କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ, ଆଗାମୀ ଦିନରେ ଲଘୁଚାପର ଗତିବିଧି ସ୍ପଷ୍ଟ ହେବ। ରାଜ୍ୟବାସୀଙ୍କୁ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Related posts

 ଭୁବନେଶ୍ୱରରେ କେନ୍ଦ୍ରୀୟ ଦଳ

mahabharatanews

କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ମାନ୍ଦା

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ମୃତ

mahabharatanews