ଏଠାରେ ଗରମ ଓ ଗୁଳୁଗୁଳିରେ ସନ୍ତୁଳିତ ହେଉଛି ଜନଜୀବନ ଏପରିକି ଅସହ୍ୟ ଗରମ କାରଣରୁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି ଅପରପକ୍ଷେ ଡାକ୍ତରଖାନାରେ ମଧ୍ୟ ଦ୍ରୁତ ଗତିରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ତରଳୁଛି ଟ୍ରାମ ଧାରଣା ଏବଂ ଅନ୍ୟାନ ସାମଗ୍ରୀ । ତେବେ ଏହାର ପ୍ରଭାବରେ ଜର୍ମାନୀ ସମେତ ୟୁରୋପର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛୁ । ଏପରିକି ଏହିସବୁ ସ୍ଥାନରୁ ଯେଉଁସବୁ ଫଟୋ ଚିତ୍ର ଓ ଭିଡିଓ ସାମ୍ନାକୁ ଆସୁଛି ତାହା ହିଁ ବୟାନ କରୁଛି ଏଠାରେ କେତେ ପରିମାଣରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ଏହା ବ୍ୟତୀତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକରେ ଷ୍ଟୋର ଭିତରେ ଚକୋଲେଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ତରଳିବା, ସପିଂ କାର୍ଟ ଓ ଜୋତା ତରଳିଯିବା ପରି ଦୃଶ୍ୟ ଦେଖିବାକୁ ମିଳିଛି।
ବର୍ଲିନ୍ ପୋଲିସ ନିଜ ଦେଶବାସୀଙ୍କୁ ଆଶ୍ବସ୍ତି ଦେବା ପାଇଁ ୱାଟର କ୍ୟାନନ ର ବ୍ୟବହାର କରୁଥିବା ମଧ୍ୟ ଦେଖାଯାଇଛି। ଏପରିକି ମହାଦେଶରେ ଉତ୍ତାପର ମାତ୍ରା ଏତେ ଅଧିକ ଯେ ଲୋକେ ଖରାରେ ଖାଦ୍ୟ ରାନ୍ଧି ପାରୁଛନ୍ତି। ଅନେକ ଭିଡିଓରେ ଲୋକେ ବାହାରେ ରଖାଯାଇଥିବା ପ୍ୟାନରେ ଅଣ୍ଡା କିମ୍ବା ବେକନ୍ ଭାଜୁଥିବା ଦେଖିବାକୁ ମିଳିଛି, ଯାହା ସୂର୍ୟ୍ୟଙ୍କ ପ୍ରଖର କିରଣରେ ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇଯାଉଛି।

ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ୟୁରୋପ ହେଉଛି ପୃଥିବୀର ସବୁଠାରୁ ଦ୍ରୁତ ଗତିରେ ଉତ୍ତପ୍ତ ହେଉଥିବା ମହାଦେଶ ଏବଂ ଏହା ବିଶ୍ୱର ହାରାହାରି ତାପମାତ୍ରା ତୁଳନାରେ ଦ୍ୱିଗୁଣିତ ହାରରେ ଗରମ ହେଉଛି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୫ କୋଟି ଲୋକ ଅତ୍ୟଧିକ ଉତ୍ତାପରେ ରହୁଛନ୍ତି ଏବଂ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି।
