ଓଡିଶା

ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଜିଲ୍ଲା ଶିଳ୍ପ କେନ୍ଦ୍ର ଗଜପତି ପକ୍ଷରୁ ଉଦ୍ୟମୀ ଓଡିଶା ଏମ୍ ଏସ ଏମ୍ ଇ କାର୍ଯ୍ୟକ୍ରମ ଉଦଯାପିତ ହୋଇପଯାଇଛି।ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ  ବିଭୂ ରଞ୍ଜନ ସ୍ୱାଇଁ,ଲିଡ଼ ବ୍ୟାଙ୍କ ମେନେଜର ମହେଶ୍ବର ମଣ୍ଡଳ, ଓରମାସର ସି ଇ ଓ ଆଶିଷ କୁମାର ରାଉତ, ସହକାରୀ ପ୍ରଫେସର ପ୍ରିୟବ୍ରତ  ଶତପଥୀ, ସନ୍ତୋଷି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ଆନନ୍ଦ କୁମାର ନେପାକ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆସିଥିବା ଉଦ୍ୟୋଗି ମାନଙ୍କୁ ଉତ୍ସ।ହିତ କରିଥିଲେ।

ଜିଲ୍ଲାରେ କିପରି ବିକାଶ ହେବ,ଜିଲ୍ଲାରେ କିପରି ନୂତନ ଉଦ୍ୟୋଗ ପତି ସୃଷ୍ଟି ହେବ ଜିଲ୍ଲାର ଉତ୍ପାଦିତ ଦ୍ରବ୍ଯ ଗୁଡିକ କିପରି ବିକ୍ରି ହୋଇପାରିବ। ବିଭିନ୍ନ ହସ୍ତ ତିଆରି ଦ୍ରବ୍ଯ ବିକ୍ରି କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତା ହୋଇ ଥିଲା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରା ଯାଇଥିଲା ଶେଷରେ ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ବିଭାଗର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ

Related posts

ବବିଙ୍କ ପରାମର୍ଶରେ ଲକଡାଉନ କଟକଣାରେ କୋହଳ

mahabharatanews

ଆଜିଠୁ ଶୀତ ଅଧିବେଶନ

mahabharatanews

କପ୍ତିପଦା ଉପଖଣ୍ଡରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

mahabharatanews