ଓଡ଼ିଶା ସରକାରଙ୍କ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ–୨୦୨୬ ପାଳନ କରାଯାଉଛି। ଆସନ୍ତା ୨ରୁ ୭ ଜୁଲାଇ ୨୦୨୬ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପରିବେଶ ସଚେତନତା ଏବଂ ସବୁଜ ଓଡ଼ିଶା ଗଠନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପରିପେକ୍ଷୀରେ ଭଦ୍ରକ ବ୍ଲକ,କଲେଇ ପଞ୍ଚାୟତ, ଅଣସର ପୁର ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରେଞ୍ଜର କର୍ତିକେଶ୍ୱର ଖଣ୍ଡେଇ, ପ୍ରୀତିରାଣୀ ଦାସ, ତୃପ୍ତିରାଣୀ ମହାନ୍ତି,ସତ୍ୟପ୍ରକାଶ ସ୍ୱାଇଁ ପ୍ରମୁଖ ବନ ଅଧିକାରୀ ଉପସ୍ଥିତଥିଲେ। ବୃକ୍ଷ ମଣିଷ କୃଷ୍ଣ ଚନ୍ଦ୍ର ବେହେରା,ନିତ୍ୟାନନ୍ଦ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ,ଦିଲୀପ କୁମାର ନାୟକ,ସୁନିଲ କୁମାର ଲେଙ୍କା,କୁମାର ବିର୍ ଲେଙ୍କା ପ୍ରମୁଖ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
