ଓଡିଶା

କଟକ ଚାନ୍ଦବାଲି ରାସ୍ତାରେ ସଡ଼କ ଦୁର୍ଘଟଣା

କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ 12 ଚକିଆ ଟ୍ରକ ସହ ବୋଲେରୋ ଗାଡି ମୁହାଁ ମୁହିଁ ଧକ୍କା। ସ୍ଥାନୀୟ ଲୋକେ ଓ ଦମକଳ ବାହିନୀର ସହଯୋଗରେ 7 ଗୁରୁତରଙ୍କୁ ମେଡିକାଲ କଲେ ସ୍ଥାନାନ୍ତର। ଘଟଣାରୁ ଜଣାଯାଏ ବୋଲେରୋ ଗାଡିଟି କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ଝିପିଝିପି ବର୍ଷ ସମୟରେ ମୁହଁମୁହିଁ ହୋଇଥିଲା ଧକ୍କା।

ସ୍ଥାନୀୟ ଲୋକେ ଓ ପୋଲିସ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଧାର କରି ସାଲେପୁର ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରକୁ କରିଥିଲେ ସ୍ଥାନାନ୍ତର। ହେଲେ ବୋଲେରୋ ଡ୍ରାଇଭର ଗାଡ଼ିରେ ଚାପି ହୋଇ ରହିଥିବା ବେଳେ ଦମକଳ ବାହିନୀର ସହଯୋଗରେ ଉଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାଫିକ କଣ୍ଟ୍ରୋଲ କରିବା ସହ ତଦନ୍ତ ଜାରି ରଖିଛି।

Related posts

ଜୀବନ ହାରିଲେ ଇକମୋ ଚିକିତ୍ସାରେ ଯାଇଥିବା ଅଭିଷେକ ମହାପାତ୍ର

mahabharatanews

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଦଳୀୟ ନେତା

mahabharatanews