ଓଡିଶା

ସରକାରୀ କାମରେ AI ବ୍ୟବହାର ପାଇଁ ପ୍ରସ୍ତାବ…

AI କରିବ ସରକାରୀ କାମ । ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ । ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ଏବଂ AI ସେବା ପାଇଁ ଆର୍ଥିକ ମଞ୍ଜୁରୀ ଲୋଡ଼ିଲା ବିଭାଗ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ର ପ୍ରକଳ୍ପ ପରିଚାଳନା, ଅନଲାଇନ୍ ସମୀକ୍ଷା ଏବଂ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ, ଆଧୁନିକ ଓ ତଥ୍ୟଭିତ୍ତିକ କରିବା ପାଇଁ ChatGPT Plus, Google AI Pro ଏବଂ Google One ଭଳି ପ୍ରିମିୟମ୍ ଡିଜିଟାଲ ସେବା କ୍ରୟ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।ଏନେଇ ଇଞ୍ଜିନିୟର-ଇନ୍-ଚିଫ୍ କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ଚିଠି ଲେଖି ଆବଶ୍ୟକ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏଭଳି ପରିସ୍ଥିତିରେ ବିଭାଗ ପକ୍ଷରୁ  ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି। ବିଭାଗର ମତରେ, ChatGPT Plus ମାଧ୍ୟମରେ ବିଭିନ୍ନ ସରକାରୀ ଚିଠି, ରିପୋର୍ଟ, ଟିପ୍ପଣୀ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ଭଳି ଦୈନନ୍ଦିନ କାର୍ଯ୍ୟକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପନ୍ନ କରାଯାଇପାରିବ । ସେହିପରି Google AI Pro ଓ Google One ସେବା ମାଧ୍ୟମରେ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଡାଟା ପରିଚାଳନା ଓ ଉନ୍ନତ ଅନଲାଇନ୍ ସହଯୋଗ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି ।

Related posts

ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା !

mahabharatanews

୧୨ବର୍ଷ ପରେ କୃଷିଭିତ୍ତିକ ବାଲିଯାତ୍ରା ଅନୁଷ୍ଠିତ

mahabharatanews

ଖୁବ ଶୀଘ୍ର ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ

mahabharatanews