ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ସଂଧ୍ୟା ଦର୍ଶନ ଭଜନ ସମାରୋହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ଭାବରେ ପରିଚିତ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ରଥଯାତ୍ରା ଅବସରରେ ଗୁରୁବାର ସନ୍ଧ୍ୟା ଦର୍ଶନ ଭଜନ ସମାରୋହ ହୋଇଯାଇଛି। ସ୍ଥାନୀୟ ଚନ୍ଦନ ମଣ୍ଡପ ରେ ଠାକୁରଙ୍କ ନିକଟରେ ପ୍ରଦିପ ପ୍ରଜ୍ବଳନ କରି ଆୟୋଜିତ କାର୍ଯ୍ୟକ୍ରମ କୁ ସାକ୍ଷୀଗୋପାଳ ମନ୍ଦିର ପରିଚାଳନା ପରିଷଦ ସଭ୍ୟ ବାଳକୃଷ୍ଣ ମହାପାତ୍ର, ଲୋକନାଥ ବାରିକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତେନ୍ଦୁ ମହାନ୍ତି, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ପ୍ରଶାନ୍ତ କୁମାର ବିଶ୍ଵାଳ, ବଦ୍ରିନାରାୟଣ ଖୁଣ୍ଟିଆ ଓ ନୀଳାଦ୍ରି ଗୋଟିପୁଅ ଅନୁଷ୍ଠାନର ସୁଦର୍ଶନ ରାୟ ପ୍ରମୁଖ ଉଦଘାଟନ କରିଥିଲେ।
ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ପକ୍ଷରୁ ଲୋକପ୍ରିୟ ଭଜନ କଣ୍ଠଶିଳ୍ପୀ ଓ ତବଲା ବାଦକ ଶରତ ଚନ୍ଦ୍ର ବାରିକ, ଯୁବ କଣ୍ଠଶିଳ୍ପୀ ସୁବର୍ଣ୍ଣ କୁମାର, ଶୁଭଦ୍ରା ଶୁଭଦର୍ଶିନୀ, ଦେବସ୍ମିତା ହୋତା ପ୍ରମୁଖ ମନୋଜ୍ଞ ଭଜନ ଜଣାଣ ପରିବେଷଣ କରିଥିଲେ। ତବଲା ରେ ବିଜୟ କୁମାର ମହାପାତ୍ର, ଢୋଲକରେ ରତ୍ନାକର ନାଥ ଏବଂ ଅର୍ଗାନରେ ନିରଞ୍ଜନ ନାୟକ ସହଯୋଗ କରିଥିଲେ । ଆଡଭୋକେଟ ଅଞ୍ଜନ ହୋତା ସଂଯୋଜନା କରିଥିବା ବେଳେ କ୍ୟୈଶିକ ମହାପାତ୍ର ଓ ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତା କ୍ରମେ ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଭକ୍ତି ଭାବନା କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୋତା ମଣ୍ଡଳୀ ଉପଭୋଗ କରିଥିଲେ ।
