ଦେଶ ବିଦେଶ

ନେପାଳ ଜଳ ପ୍ରଳୟ: ୯ ଦିନ ପରେ ଟନେଲ ଭିତରୁ ମିଳିଲା ୨ ଜୀବନ

ନେପାଳର ବନ୍ୟାର ବୀଭିଷିକା ମଧ୍ୟରେ ସାମନାକୁ ଆସିଛି ଆଶ୍ଚର୍ଯ୍ୟକର ଭଳି ଘଟଣା।  ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ। ଜଳ ପ୍ରଳୟର ୯ ଦିନ ପରେ କାଦୁଅ ଓ ଆବର୍ଜନା ତଳୁ ଉଦ୍ଧାର ହୋଇଛନ୍ତି ୨ ଶ୍ରମିକ। ଏହି ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଦ୍ୱୟ ହେଲେ କବୀର ମହର୍ଜନ (୪୫) ଏବଂ ସଞ୍ଜୟ ଶାହା (୩୦)। ଫ୍ଲାସ ଫ୍ଲଡ ଓ ବନ୍ୟା ପରେ ତ୍ରିଶୁଳୀ ଅଞ୍ଚଳରେ ଥିବା ଟ୍ରିଶୁଳୀ-୩A ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ପୋତି ହୋଇଥିଲା । ଭିତରେ ଫସି ରହିଥିଲେ ଶ୍ରମିକ। ୯ ଦିନ ପର୍ଯ୍ୟନ୍ତ ପରିବାର ଲୋକଙ୍କ ମନରେ ଥିଲା ଆଶଙ୍କା ଥିଲା ସେମାନେ ଆଉ ବଞ୍ଚିଛନ୍ତି ତ । କିନ୍ତୁ ଉଦ୍ଧାରକାରୀଙ୍କ ଆଶା ମରିନଥିଲା।ଆଉ ଶେଷରେ ସେହି ଆଶା ହିଁ ଜିତିଲା ।

ଉଦ୍ଧାରକାରୀ ସେମାନଙ୍କୁ କାନ୍ଧରେ ଧରି ବାହାରକୁ ଆଣୁଥିବା ବେଳେ ଚାରିଆଡ଼ୁ ଶୁଭିଥିଲା ଖୁସିର ସ୍ବର। ଉଦ୍ଧାର ହୋଇଥିବା ଦୁଇ ଜଣ ହେଉଛନ୍ତି କବୀର ମହାର୍ଜନ ଓ ସଞ୍ଜୟ ଶାହ। ସଞ୍ଜୟ ଶାହଙ୍କ ବୟସ ୩୦ ବର୍ଷ। ସେ ନେପାଳ ଇଲେକ୍ଟ୍ରିସିଟି ଅଥରିଟିର ମେକାନିକାଲ୍ ଫୋରମ୍ୟାନ୍। ସେହିପରି ୪୫ ବର୍ଷୀୟ କବୀର ମହାର୍ଜନ ଟ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁପରଭାଇଜର। ସଞ୍ଜୟଙ୍କୁ ଉଦ୍ଧାର ପରେ କଥା କହିବା ସ୍ଥିତିରେ ନଥିବାରୁ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। କିନ୍ତୁ କବୀରଙ୍କୁ ବାହାରକୁ ଆଣିବା ବେଳେ ସେ ସମ୍ପୂର୍ଣ୍ଣ ଚେତାରେ ରହିଥିଲେ ।

Related posts

ଆସାମରେ ଲଗାତାର ଦୁଇ ଥର ପାଇଁ ବିଜେପି ସରକାର କ୍ଷମତାରେ ଅଛି, ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ମୁସଲିମ ଜନସଂଖ୍ୟା ପାଇଁ କାହିଁକି ଚିନ୍ତିତ?

mahabharatanews

ନେପାଳରେ ବନ୍ୟା ପରଠାରୁ ୨୮୮ ଜଣ ଭାରତୀୟ ନିଖୋଜ…

mahabharatanews

ଇରାନ ସୀମାରେ ଆମେରିକୀୟ ଯୁଦ୍ଧ ଜାହାଜ

mahabharatanews