ମନୋରଞ୍ଜନ

ଚାର୍ଟର୍ଡ ବିମାନକୁ “ଖେଳନା ବିମାନ”କହିଥିଲେ ଏବେ ଗଚ୍ଚିବେ ୩ କୋଟି ତଣ୍ଡ!

ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ନୋରା ଫତେହିଙ୍କ ବିରୋଧରେ ଗାନ୍ଧୀନଗର କୋର୍ଟରେ ₹3 କୋଟିର ମାମଲା ରୁଜୁ କରିଛି ଏକ ବିମାନ କମ୍ପାନୀ। କମ୍ପାନୀ ଅଭିଯୋଗ କରିଛି ଯେ ଅଭିନେତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ସେମାନଙ୍କ କମ୍ପାନୀକୁ କ୍ଷତି ପହଞ୍ଚାଇଛି। ନୋରା ସେମାନଙ୍କ ଚାର୍ଟର୍ଡ ବିମାନକୁ “ଖେଳନା ବିମାନ” ବୋଲି ଉଲ୍ଲେଖ କରିଛନ୍ତି। କମ୍ପାନୀ ତାଙ୍କ ମନ୍ତବ୍ୟକୁ ଅପମାନଜନକ ଏବଂ ଦାୟିତ୍ୱହୀନ ବୋଲି କହିଛି ଏବଂ କୋର୍ଟର ଦ୍ୱାରସ୍ଥ ହୋଇଛି।

ଏହି ଘଟଣାଟି ଗତ ବର୍ଷ ଡିସେମ୍ବରର। ନୋରା ମୁମ୍ବାଇରୁ ଜୟପୁର ପାଇଁ ଏକ ଚାର୍ଟର୍ଡ ବିମାନ ବୁକ୍ କରିଥିଲେ। ତାଙ୍କ ଉପରେ ଅଭିଯୋଗ ଅଛି ଯେ ସେ ବିମାନକୁ “ଲେଗୋ ବିମାନ” ଏବଂ “ଖେଳନା” ବୋଲି କହି ବିମାନ ଭିତରେ ଏକ ଭିଡିଓ ରେକର୍ଡ କରିଥିଲେ। ଏହା ପରେ ସେ ଭିଡିଓଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। କମ୍ପାନୀ ଅଭିଯୋଗ କରିଛି ଯେ ନୋରା ଭିଡିଓ ସେୟାର କରିବା ଦ୍ୱାରା କମ୍ପାନୀର ପ୍ରତିଷ୍ଠା ଏବଂ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀ ଦାବି କରିଛି ଯେ ନୋରାଙ୍କ ବୟାନ ଫଳରେ ବିମାନ ବୁକିଂ ବାତିଲ ହୋଇଥିଲା।

କମ୍ପାନୀ ଚଳିତ ବର୍ଷ ଏପ୍ରିଲରେ ନୋରା ଫତେହିଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲା। ପିଟିଆଇ ଅନୁଯାୟୀ, କମ୍ପାନୀ ଏବେ ₹3 କୋଟି କ୍ଷତିପୂରଣ ଦାବି କରିଛି। କମ୍ପାନୀ ଏହା ମଧ୍ୟ କହିଛି ଯେ ଅଭିନେତ୍ରୀଙ୍କ ବୟାନ କୌଣସି ବୈଷୟିକ ସୂଚନା ବିନା ଦିଆଯାଇଥିଲା। ଏହି ମାମଲାରେ ପରବର୍ତ୍ତୀ ସମୟରେ କ’ଣ ହୁଏ ତାହା ଦେଖିବାକୁ ବାକି ରହିଲା। ସେପ୍ଟେମ୍ବର 25 ତାରିଖରେ ଗାନ୍ଧୀନଗର କୋର୍ଟରେ ମାମଲାର ଶୁଣାଣି ହେବ।

Related posts

ଏତିକି କୋଟି ଆୟ କଲା ଫିଲ୍ମ ‘କ୍ରୁ’ 

mahabharatanews

ହାତକୁ ଦି ହାତ ହେଲେ ଟଲିଉଡ ଅଭିନେତା ସର୍ବାନନ୍ଦ

mahabharatanews

‘ମତେ ସଂପର୍କରେ ବାରମ୍ବାର ଧୋକା ମିଳିଛି’ : ଶେହନାଜ୍‌ କୌର୍‌

mahabharatanews