ମନୋରଞ୍ଜନ

ହାତକୁ ଦି ହାତ ହେଲେ ଟଲିଉଡ ଅଭିନେତା ସର୍ବାନନ୍ଦ

(ମୁମ୍ବାଇ) : ହାତକୁ ଦି ହାତ ହେଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ଆମେରିକାର ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୟପୁରର ଦି ଲୀଲା ପ୍ୟାଲେସରେ ସର୍ବାନନ୍ଦଙ୍କ ବିବାହ ହୋଇଥିବା ଜଣାପଡ଼ିଛି ।ଏବେ ଦୁହିଁଙ୍କ ବିବାହ ଶେଷ ହୋଇଥିବା ବେଳେ ବିବାହର ଅନେକ ଫଟୋ ଏବେ ଭାଇରାଲ ହୋଇଛି।

ସୂଚନାନୁଯାୟୀ , ଚଳିତ ବର୍ଷ ଜାନୁଆରି ମାସରେ ସ‌ଫ୍ଟଓୟାର ଇଞ୍ଜିନିୟରଙ୍କ ସହ ନିର୍ବନ୍ଧ କରିଥିଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ନିର୍ବନ୍ଧ ପରେ ବିବାହ ନହେବାରୁ ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗିଥିବା ନେଇ ଚର୍ଚ୍ଚା ହୋଇଥିଲା ଏଭଳି ଚର୍ଚ୍ଚା ମଧ୍ୟରେ ସର୍ବାନନ୍ଦ ଜୁନ ୩ରେ ରକସିତାଙ୍କୁ ବିବାହ କରିବେ ବୋଲି କହିଥିଲେ। ଅଭିନେତାଙ୍କ ନିର୍ବନ୍ଧରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଯୋଗ ଦେଇଥିବା ଦେଖାଯାଇଥିଲା। ଅଭିନେତା ରାମଚରଣ ତାଙ୍କ ପତ୍ନୀ ଉପସନାଙ୍କ ସହ ସର୍ବାନନ୍ଦଙ୍କ ନିର୍ବନ୍ଧରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

Related posts

ଶାହରୁଖଙ୍କ ୨୦୦କୋଟି ଟଙ୍କାର ଘର

mahabharatanews

ଭାଇରଲ ହେଲା ଦୀପିକାଙ୍କର ବେବି ବମ୍ପ ଫୋଟୋ

mahabharatanews

ପତ୍ନୀଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ

mahabharatanews