ଦେଶ ବିଦେଶ

ଅମୃତସରରୁ ହଜିଲେ ବିହାରରେ ମିଳିଲେ

ଅମୃତସରରୁ ହଜିଲେ ବିହାରରେ ମିଳିଲେ। ଘର ଦୁଆର ମୁହଁରେ ପହଞ୍ଚଲା ଏ.ଆଇ । ବୃଦ୍ଧଙ୍କୁ ଖୋଜିଦେଲା ଚାଟଜିପିଟି  ।  ଯାହା ସମସ୍ତଙ୍କ କରିଛି  ଚକିତ ।  ଅମୃତସର ତୀର୍ଥଯାତ୍ରାକୁ ଯାଇଥିଲେ ପଞ୍ଜାବର ଚମନ ଲାଲ୍‌। ହେଲେ ଯାତ୍ରା ବେଳେ ସାଥୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଶେଷରେ ଅମୃତସର ରେଳ ଷ୍ଟେସନରୁ ଭୁଲ୍‌ରେ ବିହାର ଯାଉଥିବା ଟ୍ରେନ୍‌ରେ ଚଢ଼ିଯାଇଥିଲେ ଆଉ ପହଞ୍ଚିଯାଇଥିଲେ ଗୟାରେ। ଚମନ ମାନସିକ ବିକୃତି ଥିଲା ।  ଚମନ  ଗୟା ଷ୍ଟେସନ ନିକଟରେ ତାଙ୍କୁ ଅସହାୟ ଓ ଭୋକିଲା ଅବସ୍ଥାରେ ବୋଲୁଥିଲେ ।  ଏହାକୁ  ଦେଖିଥିଲେ ସ୍ଥାନୀୟ ଯୁବକ ନୀରଜ। ଚମନ ଲାଲ୍‌ ନିଜର ପୂରା ଠିକଣା କହିପାରୁନଥିଲେ। କେବଳ ମନେ ଥିଲା ନିଜ ଗାଁର ନାଁ—ଫତେଗଡ଼ ଗୁଜରାନ୍‌। ନୀରଜ ତାଙ୍କୁ ନିଜ ଘରକୁ ନେଇ ପ୍ରାୟ ୪ ଦିନ ରଖିଥିଲେ।

ତାପରେ ବିଭିନ୍ନ ତଥ୍ୟ ଦେଇ ସେ ପ୍ରାୟ ୩ ଦିନ ଧରି ଉଷବଗ୍ଧଏଚଞ ଓ ଇଣ୍ଟରନେଟ୍‌ରେ ଖୋଜିଥିଲେ। ଶେଷରେ ଲୁଧିଆନା ଜିଲ୍ଲାରେ ବୃଦ୍ଧଙ୍କ ଗାଁର ସନ୍ଧାନ ମିଳିଥିଲା। ନୀରଜ ତାଙ୍କୁ ଏକା ଛାଡ଼ିନଥିଲେ; ଗୟାରୁ ପଞ୍ଜାବ ନେଇ ନିଜେ ପହଞ୍ଚାଇଥିଲେ। ପଞ୍ଜାବରେ ଚମନ ଲାଲ୍‌ଙ୍କ ଫଟୋ ଦେଖାଇ ଗାଁ ଖୋଜୁଥିବା ବେଳେ ତାଙ୍କୁ ଚିହ୍ନିଥିଲେ ବୃଦ୍ଧଙ୍କ ନାତି। ଏଭଳି ଭାବେ ହଜାର କିଲୋମିଟର ଦୂରରେ ହଜିଯାଇଥିବା ଚମନ ଲାଲ୍‌ ଶେଷରେ ନିଜ ପରିବାର ପାଖକୁ ଫେରିଥିଲେ। ଇଓ ବ୍ୟବହାର କରି ନିଖୋଜ ବୃଦ୍ଧଙ୍କୁ ଖୋଜିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।

Related posts

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

mahabharatanews

ବେଙ୍ଗଲ SIRରେ ଭୋଟର ତାଲିକାରୁ ନାମ ବାଦ ପଡିଲା 91 ଲକ୍ଷ ନାମ

mahabharatanews