ଦେଶ ବିଦେଶଭାରତ

ଦିଲ୍ଲୀରେ ଘନ କୁହୁଡ଼ି, ୧୪୮ ବିମାନ ବାତିଲ୍

ଦିଲ୍ଲୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ କୁହୁଡି ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ନହେବାରୁ ଦିଲ୍ଲୀ ବିମାନବନ୍ଦରରେ ୧୪୮ଟି ବିମାନ ବାତିଲ୍ କରାଯାଇଛି , ୨ଟି ବିମାନର ଗତିପଥ ବଦଳାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇବାରୁ ଯାତାୟତ ସେବା  ପ୍ରଭାବିତ ହୋଇଥିବାବେଳେ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନବନ୍ଦର ଏହାର କିଛି ବିମାନର ଉଡ଼ାଣକୁ ବାତିଲ କରିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୮ ଟି ବିମାନକୁ ବାତିଲ କରାଯାଇଛି । ଏହା ଛଡ଼ା ଦୁଇଟି ବିମାନର ଗତିପଥ ବଦଳାଯାଇଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରେ ଯାତ୍ରୀମାନେ ଅପେକ୍ଷା କରିଥିବାର ଭିଡିଓ ଦେଖିବାକୁ ମିଳିଛି।

ବାତିଲ ବିମାନଗୁଡ଼ିକ ମଧ୍ୟରେ ୭୦ଟି ଯାତ୍ରା ଆରମ୍ଭ କରୁଥିବା ବିମାନ ଏବଂ ୭୮ଟି ଆଗମନ କରୁଥିବା ବିମାନ ରହିଛି। ବିମାନବନ୍ଦର ଅଧିକାରୀ  କହିଛନ୍ତି ଯେ ଦୃଶ୍ୟମାନତା ୫୦ ମିଟରରୁ କମ୍ ରହିଛି ଏବଂ ଏହା ଯୋଗୁଁ ଅନେକ ବିମାନ ଡାଇଭର୍ଟ ହୋଇଛି ବା ବିଳମ୍ବିତ ହୋଇଛି। ଏଥିସହ ଟ୍ରେନ୍ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଗାମୀ ୬ ଦିନ ପାଇଁ ବାୟୁର ଗୁଣବତ୍ତା ଖରାପ ସ୍ଥିତିରେ ରହିବ ବୋଲି ଅନୁମାନ କରାଯାଉଛି । ତେଣୁ IMD ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅନ୍ୟପଟେ, ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବିମାନ ଚଳାଚଳ ଅଧିକ ପ୍ରଭାବିତ ହୋଇପାରେ ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି । ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଗ୍ରାପ୍)ର ଷ୍ଟେଜ୍  ତିନି ଜାରି ରହିଛି। ଏହାଅନୁଯାୟୀ ନିର୍ମାଣ କାର୍ଯ୍ୟ, ଶିଳ୍ପ ନିର୍ଗମନ ଓ ଯାନବାହନ ଉପରେ କଟକଣା ଲାଗିଛି। ‘ପିୟୁସି ନଥିଲେ ଇନ୍ଧନ ନାହିଁ’ ନିୟମ କଡ଼ାକଡ଼ି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଶିଶୁ, ବୃଦ୍ଧ ଓ ଶ୍ୱାସକ୍ରିୟା ରୋଗୀଙ୍କୁ ବାହାରକୁ ନଯିବାକୁ ଏବଂ ଏନ୍୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।

Related posts

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

ଗର୍ଭବତୀ ଘଟଣାରେ ଜାତୀୟ ମାନବାଧିକାରର ତଦନ୍ତ

mahabharatanews