ଓଡିଶା

ରେଙ୍ଗାଲି ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ୧୨ତମ ଫାଉଣ୍ଡେସନ ଡେ ପାଳିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଧୁମଧାମରେ ପାଳିତ ହୋଇଛି ୧୨ତମ ଫାଉଣ୍ଡେସନ ଡେ କାର୍ଯ୍ୟକ୍ରମ। ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଶିକ୍ଷା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପଢ଼ୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ। ଏଥିରେ ବିଭିନ୍ନ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢ଼ୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇବା ସହ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇଛି। ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ନିଜ ପ୍ରତିଭା ଓ ଦକ୍ଷତା ବଳରେ ଦେଶ ତଥା ଦେଶ ବାହାରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦିଆଯାଇଥିଲା। ଶିକ୍ଷା କ୍ଷେତ୍ରରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭୂମିକା ଓ ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଅତିଥିମାନେ ମତ ପ୍ରକାଶ କରିଥିଲେ।

Related posts

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

mahabharatanews

ଆସନ୍ତା କାଲି ସୁଦ୍ଧା ବଡ଼ଦାଣ୍ଡ ଖାଲି କରିବାକୁ ଉଠା ଦୋକାନୀଙ୍କୁ ନୋଟିସ

mahabharatanews

ପୁଣି ୭୫ ମିଟର ସୁରକ୍ଷା ଜୋନ ଉଚ୍ଛେଦ ଆରମ୍ଭ

mahabharatanews