କାମାକ୍ଷାନଗର ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ସାରଙ୍ଗଧର ଷ୍ଟାଡିୟମ ପ୍ରେକ୍ଷାଳୟ ରେ ଆୟୋଜିତ ଏହି ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗ ଦେଇଥିଲେ l ଅନ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଉପଖଣ୍ଡ ର ବିଭିନ୍ନ ବ୍ଲକ ରୁ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ l ବର୍ତମାନ ସମୟରେ ଅନେକ ସ୍ଥାନ ରେ ବରିଷ୍ଠ ନାଗରିକ ମାନେ ଅବହେଳା ଓ ନିର୍ଯ୍ୟାତନା ର ଶିକାର ହେଉଛନ୍ତି l
ତେଣୁ ସେମାନେ କିପରି ସାମାଜିକ ସ୍ତର ରେ ଓ ଆର୍ଥିକ ଭାବେ ଉନ୍ନତି କରିପାରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା l ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l
