ଓଡିଶା

ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ

(ମହାଭାରତ,ଭୂବନେଶ୍ୱର): ରାଜ୍ୟରେ ଶନିବାର ୨୮ ଜିଲ୍ଲାରୁ ପୁଣି ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧୮ ଜଣ କ୍ୱାରେଣ୍ଟାଇନରେ ଓ ୬୨୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସମାନ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛନ୍ତି । ଏହି ୨ ଜିଲ୍ଲାରେ ୨୭୪ ଜଣ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୬ ଲକ୍ଷ ୩୪ ହଜାର ୯୦ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୪ ହଜାର ୧୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୮ ହଜାର ୬୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୯ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୪୮ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ହଜାର ୧୮୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Related posts

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ

mahabharatanews

ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews