ଓଡିଶା

ଯୋଡ଼ା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ: ଦ୍ୱିତୀୟ ଦିନରେ ୯ ପ୍ରାର୍ଥୀଙ୍କ ନାମାଙ୍କନ

କେନ୍ଦୁଝର ଜିଲ୍ଲାର ପ୍ରମୁଖ ଖଣି ଅଞ୍ଚଳ ଯୋଡ଼ାରେ ଟ୍ରକ୍‌ ମାଲିକ ସଂଘ ନିର୍ବାଚନକୁ ନେଇ ରାଜନୈତିକ ଓ ସାଂଗଠନିକ ତତ୍ପରତା ବୃଦ୍ଧି ପାଇଛି। ଆସନ୍ତା ଅକ୍ଟୋବର ୧୨ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ନାମାଙ୍କନ ଦାଖଲର ଦ୍ୱିତୀୟ ଦିନରେ ୯ ଜଣ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହା ସହିତ ସଂଘର ବିଭିନ୍ନ ପଦବିକୁ ନେଇ ନିର୍ବାଚନୀ ମାହୋଲ କ୍ରମଶଃ ସରଗରମ ହେବାରେ ଲାଗିଛି।

ନିର୍ବାଚନ ଅଧିକାରୀଙ୍କ ସୂଚନାନୁଯାୟୀ, ସଭାପତି ପଦ ପାଇଁ ରାଜେଶ ରୋଶନ, ଉପସଭାପତି ପଦ ପାଇଁ ଦୀପକ ମହାନ୍ତ, ସମ୍ପାଦକ ପଦ ପାଇଁ ରବିନାରାୟଣ ଦାସ, ସହସମ୍ପାଦକ ପଦ ପାଇଁ ମହେଶ କୁମାର ସିଂ ଏବଂ କୋଷାଧ୍ୟକ୍ଷ ପଦ ପାଇଁ ଗୌତମ ବେହେରା ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ପଦ ପାଇଁ ମାୟାଧର ପାତ୍ର ଏବଂ କୋଷାଧ୍ୟକ୍ଷ ପଦ ପାଇଁ ନିର୍ମଳ ସିଂ ଓ ବବଲୁ ତ୍ରିୟା ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।

Related posts

ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ସହାୟତା

mahabharatanews

ହିଙ୍ଗୁଳାଙ୍କ ପୀଠରେ ବହୁଭକ୍ତ ସମାଗମର ଫୋଟ ପୋଷ୍ଟ କରି ଯୁବ ଆଇନଜୀବୀ ଗିରଫ

mahabharatanews

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

mahabharatanews