ଦେଶ ବିଦେଶ

ମନାଲିରେ ପର୍ୟ୍ୟଟକଙ୍କ ପ୍ରବଳ ଭିଡ଼; ଟ୍ରାଫିକ୍ ଜାମ୍

ମନାଲିରେ ପର୍ୟ୍ୟଟକଙ୍କ ପ୍ରବଳ ଭିଡ଼। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍। ମୌସୁମୀ ବର୍ଷା ପରେ ହିମାଚଳ ପ୍ରଦେଶରେ ପୁଣି ଜମିବାରେ ଲାଗିଲାଣି ପର୍ୟ୍ୟଟନର ରଙ୍ଗ। ପର୍ବପର୍ବାଣୀ ଓ ଲମ୍ବା ୱିକେଣ୍ଡକୁ ଉପଭୋଗ କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପର୍ୟ୍ୟଟକ ହିମାଚଳ ମୁହାଁ ହୋଇଛନ୍ତି। ଫଳରେ ପ୍ରସିଦ୍ଧ ପର୍ୟ୍ୟଟନ ସହର ମନାଲିରେ ଶୁକ୍ରବାର ପ୍ରବଳ ଭିଡ଼ ସାଙ୍ଗକୁ ସୃଷ୍ଟି ହୋଇଛି ଭୟଙ୍କର ଟ୍ରାଫିକ୍ ଜାମ୍। ଅକ୍ଟୋବର ୨ ତାରିଖର ସରକାରୀ ଛୁଟି ସହ ଶନିବାର ଓ ରବିବାର ଛୁଟିର ମଜା ନେବାକୁ ପର୍ୟ୍ୟଟକଙ୍କ ଭିଡ଼ ବଢ଼ିଛି।

 ମନାଲିର ପ୍ରବେଶପଥଠାରୁ ଆରମ୍ଭ କରି ମଲ୍ ରୋଡ୍, ସୋଲାଙ୍ଗ ନାଲା ଏବଂ ଅଟଳ ଟନେଲକୁ ଯାଉଥିବା ରାସ୍ତାରେ ଶହ ଶହ ଗାଡ଼ି ଧୀରେ ଧୀରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି। କିଛି କିଲୋମିଟର ରାସ୍ତା ପାର ହେବା ପାଇଁ ମଧ୍ୟ ପର୍ୟ୍ୟଟକଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ମନାଲିର ରାସ୍ତାଘାଟରେ ଟ୍ରାଫିକ୍ ଜାମର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେସ୍ ଭାଇରାଲ୍ ହେଉଛି। ପର୍ୟ୍ୟଟକଙ୍କ ଭିଡ଼ ବଢ଼ିବା ସହ ହିମାଚଳର ପର୍ୟ୍ୟଟନ ବ୍ୟବସାୟରେ ମଧ୍ୟ ଉତ୍ସାହ ବଢିଛି।

Related posts

ଥଲାପଥି ବିଜୟଙ୍କୁ ଭେଟିବା ପାଇଁ ରାସ୍ତା ମଝିରେ ଶୋଇଲେ ମହିଳା

mahabharatanews

୩୦୦ ୟୁନିଟ୍‌ ମାଗଣା ବିଜୁଳି, ସୋଲାର ପ୍ୟାନେଲରେ ମିଳୁଛି ବଡ଼ ସବସିଡି

mahabharatanews

ପୂର୍ବରୁ ରାମଙ୍କ ନାମ ନେବା ମଧ୍ୟ ନିଷେଧ ଥିଲା : ଯୋଗୀ ଆଦିତ୍ୟନାଥ

mahabharatanews