ଓଡିଶା

ବାତ୍ୟା ଅର୍ଣ୍ଣବ ପାଇଁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କୁ ଜିଲ୍ଲା ଦାଇତ୍ୱ

ବାତ୍ୟା ଅର୍ଣ୍ଣବ ପାଇଁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କୁ ଜିଲ୍ଲା ଦାଇତ୍ୱ । ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନେଲେ ମନ୍ତ୍ରୀ ମାନେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ କୋରାପୁଟ ଜିଲ୍ଲାର ଦାୟିତ୍ୱ ମିଳିଛି । ସେହିପରି ପ୍ରଭାତି ପରିଡାଙ୍କୁ ରାୟଗଡା ଓ ମନ୍ତ୍ରୀ ରବି ନାୟକଙ୍କୁ କନ୍ଧମାଳ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି । ଗଞ୍ଜାମ ଏବଂ ନାବରଙ୍ଗପୁରର ଦାୟିତ୍ୱ ନେଇଛନ୍ତି ମନ୍ତ୍ରୀ ବିଭୁତି ଭୁଷଣ ଜେନା ଓ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ମନ୍ତ୍ରୀ ନିତ୍ୟା ଗଣ୍ଡ ମାଲକାନଗିରି ମନ୍ତ୍ରୀ ମୁକେଶ ମହାଲିଙ୍ଗ କଳାହାଣ୍ଡି ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱ ମିଳିଛି । ତେବେ ଆସନ୍ତା ଆସନ୍ତା ୨୮ତାରିଖରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ଅତି ଭୀଷଣ ବାତ୍ୟା । ଆନ୍ଧ୍ରର ବପାଟଲା ଓ ବିଶାଖାପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁଲା ବେଳେ ଏହା ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ସେ ସମୟରେ ପବନର ବେଗ ୧୧୫ ରୁ ୧୨୫ କିଲୋମିଟର ଓ ଝଟକା ପବନ ୧୪୦ କିଲୋମିଟର ପ୍ରତି ଘଣ୍ଟା ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Related posts

ଆଜି ମୋଦିଙ୍କୁ ଭେଟିବେ ନବୀନ

mahabharatanews

ଆସନ୍ତାକାଲି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews

ଅଧିବେଶନର ପ୍ରଥମ ଦିନ: ଭିଡିଓ କନଫେରେନ୍ସଂରେ ମୁଖ୍ୟମନ୍ତ୍ରୀ

mahabharatanews