ଭାରତ

ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ଏଲ୍‌ନିନୋ, ଯାଇପାରେ ୫୫ ହଜାର ଲୋକଙ୍କ ଜୀବନ

ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ଏଲ୍‌ନିନୋ। ଏଲ୍‌ନିନୋ ଯୋଗୁ ମାର୍ଚ୍ଚ ସୁଦ୍ଧା ଭାରତରେ ୫୫ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ଅନେକ ପାଣିପାଗ ବିଜ୍ଞାନୀ ଓ ଅନ୍ତର୍ଜାତୀୟ ସଂସ୍ଥା ଏପରି ଆକଳନ କରିଛନ୍ତି। ଏହାର ରିପୋର୍ଟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗିଛି।

ପୃଥିବୀର ପାଣିପାଗ ଅନେକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି ପ୍ରକ୍ରିୟା ମଧ୍ୟରେ ରହିଛି ଏଲ୍‌ନିନୋ। ଚଳିତ ବର୍ଷ ଏଲନିନୋ ତାଣ୍ଡବ ରଚିବାର ଆଶଙ୍କା ରହିଛି। ଏଲନିନୋ ଯୋଗୁ ସମୁଦ୍ରରେ ଉତ୍ତାପ ବଢ଼ିବାରେ ଲାଗିଛି। ଏଥିଯୋଗୁ କେଉଁଠି ମରୁଡ଼ି ତ କେଉଁଠି ବନ୍ୟା ଓ ଭୟଙ୍କର ଝଡ଼ ସୃଷ୍ଟି ହେଉଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିପାରେ।

 ‘ଏଲ୍‌ ନିନୋ ହିଟ୍‌ ମର୍ଟାଲିଟି ଟ୍ରାକର’ ନାମକ ସଂସ୍ଥା ଅନୁଯାୟୀ, ଆସନ୍ତା ୬ ମାସ ମଧ୍ୟରେ ଅତ୍ୟଧିକ ଉତ୍ତାପ ଯୋଗୁ ପୂରା ବିଶ୍ୱରେ ଅତିରିକ୍ତ ୩ ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ସେହିପରି ଭାରତରେ ଏହି ସଂଖ୍ୟା ୫୫ ହଜାରରୁ ଅଧିକ ରହିବ। କ୍ଲାଇମେଟ୍‌ ଇମ୍ପାକ୍ଟ ଲ୍ୟାବ୍‌ର ସହ-ପ୍ରତିଷ୍ଠାତା ମାଇକେଲ୍‌ ଗ୍ରୀନ୍‌ଷ୍ଟୋନ୍‌ କହିଛନ୍ତି, “ଅତ୍ୟଧିକ ଗରମର ମାରାତ୍ମକ ପ୍ରଭାବକୁ ଆଗୁଆ ଅନୁମାନ କରିପାରିବା ଗୋଟିଏ ବଡ଼ ଘଟଣା। ଏହାଦ୍ୱାରା କେଉଁ ଅଞ୍ଚଳର ଲୋକ ସର୍ବାଧିକ ବିପଦରେ ଅଛନ୍ତି, ତାହା ଚିହ୍ନଟ କରିବା ସହ ଜୀବନହାନିକୁ ରୋକିବାକୁ ପଦକ୍ଷେପ ନିଆଯାଇ ପାରିବ। ବର୍ତ୍ତମାନ ଆମେ ଗୋଟିଏ ସୁପର ଏଲ୍‌ ନିନୋର ସାମ୍ନା କରୁଛୁ।”

Related posts

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews

ନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।

mahabharatanews

 ନିମନ୍ତ୍ରଣ କାର୍ଡର ଭିଡିଓ ଭାଇରାଲ 

mahabharatanews