Accidentଦୁର୍ଘଟଣା

ଟ୍ରେନ ପ୍ଲାଟଫର୍ମରେ ମାଡ଼ ହେଲା ଡ୍ରୋନ: ଚାଲିଗଲା ୧୩ ଯାତ୍ରୀଙ୍କ ଜୀବନ

ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା ଟ୍ରେନ୍‌। ଥିଲେ ଅନେକ ଲୋକ। ଏହି ସମୟରେ ହଠାତ୍‌ ରେଳ ଷ୍ଟେସନର ପ୍ଲାଟଫର୍ମରେ ମାଡ଼ ହେଲା ଡ୍ରୋନ। ଆଉ ଆଖି ପିଛୁଳାକେ ସବୁ କିଛି ହୋଇଯାଇଛି ଛାରଖାର।

ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନର ଡନିପ୍ରୋ ରେଲ ଷ୍ଟେସନରେ ରୁଷର ଡ୍ରୋନ ମାଡ଼ ଯୋଗୁ କ୍ଷୟକ୍ଷତି ଘଟିଥିବା କିଭ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ସାଧାରଣ ଲୋକ ପୂରା ଆତଙ୍କିତ ହୋଇପଡ଼ିଛନ୍ତି।

ୟୁକ୍ରେନ ରେଳ ବିଭାଗ ପକ୍ଷରୁ ଟେଲିଗ୍ରାମରେ ଗୋଟିଏ ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ ଗୋଟିଏ ଯାତ୍ରୀବାହୀ ଟ୍ରେନ ଜାପୋରିଝଝିଆ ଆଡ଼କୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ରୁଷ ପକ୍ଷରୁ ଜେଟ୍‌ କ୍ଷମତା ଡ୍ରୋନକୁ ମାଡ଼ କରାଯାଇଥିଲା।

ରୁଷର ଜେଟ୍‌ ପାୱାର ୟୁଏଭିକୁ ଡନିପ୍ରୋ ରେଳ ଷ୍ଟେସନର ଗୋଟିଏ ପ୍ଲାଟଫର୍ମରେ ବ୍ୟାପକ କ୍ଷତି କରିଛି। ପ୍ଲାଟଫର୍ମରେ ଅନେକ ଲୋକ ଥିବା ବେଳେ ଏପରି ଆକ୍ରମଣ ହୋଇଛି।

Related posts

ଦେବଗଡରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

mahabharatanews

ବସ ଓ ଟ୍ରକ ଧକ୍କା: ୩ ଚାଳକ ଗୁରୁତର

mahabharatanews

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

mahabharatanews