ବିଶେଷ

ପିଏନବି ଗ୍ରାହକ ଆକାଉଣ୍ଟରୁ ଗାଏବ ହୋଇଗଲା କୋଟି କୋଟି ଟଙ୍କା

ଗ୍ରାହକଙ୍କ ବିନା ଅନୁମତିରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି କୋଟି କୋଟି ଟଙ୍କା। ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଆକାଉଣ୍ଟରୁ ଆପେଆପେ କେଉଁ ଆଡ଼େ ଚାଲିଯାଇଛି। ପିଏନବିର ଗ୍ରେଟର ନୋଏଡା ବ୍ରାଞ୍ଚରେ ଥିବା ଅନେକ ସେଭିଂ ଆକାଉଣ୍ଟ ଓ ଫିକ୍ସଡ ଜମାରୁ ପ୍ରାୟ ୩୫ କୋଟି ଟଙ୍କା ଗାଏବ ହୋଇଯିବା ଘଟଣା ହଇଚଇ ସୃଷ୍ଟି କରିଛି। ଅନେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଫିକ୍ସଡ ଜମାରୁ ଟଙ୍କା ଉଠାଣ ହୋଇଥିଲେ ହେଁ ଏ ସମ୍ପର୍କରେ ଗ୍ରାହକମାନେ କିଛି ଜାଣି ନାହାନ୍ତି।

ଟଙ୍କା ଉଠାଣ ନେଇ ସେମାନଙ୍କ ପାଖକୁ ଆସିନାହିଁ କୌଣସି ଏସଏମଏସ୍‌। ଗ୍ରାହକ ବିନା ଅନୁମତିରେ ସେମାନଙ୍କ ଟଙ୍କାକୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ଏତେ ଟଙ୍କା ବ୍ରାଞ୍ଚରୁ ଗାଏବ ହେବା ପରେ ଲୋକମାନେ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି।

ସ୍ଥିତିକୁ ଦେଖି ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୫ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ କରାଯାଇଛି ନିଲମ୍ବିତ। ସେହିପରି ୩୫ କୋଟି ଟଙ୍କା ଗାଏବ ଘଟଣାରେ ଗୋଟିଏ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି। ପିଏନବିର ସେକ୍ଟର ପିଆଇ-୧ ବ୍ରାଞ୍ଚରେ ଏହି ଗଡ଼ବଡ଼ି ହୋଇଛି।

Related posts

୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

mahabharatanews

ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ

mahabharatanews

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews