ବିଶେଷ

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

ବ୍ୟୁରୋ : ତମ୍ବା ବା କପରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେଣୁ ତମ୍ବା ପାତ୍ରରେ ପାଣି ରଖି ସକାଳେ ଖାଲି ପେଟରେ ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । କେବଳ ତମ୍ବା ପାତ୍ରର ପାଣି ନୁହେଁ,ଏହାର ବ୍ରେସଲେଟ ଓ ମୁଦିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତମ୍ବା ଏପରି ଏକ ଧାତୁ ଯେଉଁଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ମାଇକ୍ରୋ ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି । ଏହି ତତ୍ତ୍ୱ ବ୍ୟାକ୍ଟେରିଆଙ୍କ ସହିତ ଲଢେଇ କରିବା ପାଇଁ ସାହାଯ୍ୟ କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ତମ୍ବା ବ୍ରେସଲେଟ ହାତରେ ପିନ୍ଧିଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ ।

୧- ତମ୍ବା ବା କପର ରକ୍ତକୁ ସଫା କରିଥାଏ
୨- ହିମୋଗ୍ଲୋବିନକୁ ଠିକ୍ ରଖି ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ ।
୩- ଶରୀରକୁ ବିଷାକ୍ତ ଧାତୁର ପ୍ରଭାବରୁ ରକ୍ଷା କରିଥାଏ ।
୪- କପର ବ୍ରେସଲେଟ ପିନ୍ଧିଲେ ହାର୍ଟ ସୁସ୍ଥ ରହିଥାଏ । ତେଣୁ ହାର୍ଟ ଆଟାକର ଆଶଙ୍କା କମ୍ ରହିଥାଏ ।
୫- ତମ୍ବାର ମୁଦି କିମ୍ବା ବୈସଲେଟ ପିନ୍ଧିଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।
୬- କପରରେ ଆଣ୍ଟ ଗୁଣ ରହିଛି,ଯାହା କୋଷରେ ଫ୍ରୀ ରାଡିକ୍ସ ହେବାକୁ ଦେଇନଥାଏ ।
୭- ତମ୍ବା ମୁଦି ଶରୀରର ବିଭିନ୍ନ ଅଙ୍ଗ ଯେପରିକି ହାତ,ପାଦ ଓ ଆଙ୍ଗୁଳିରୁ ଆର୍ଲିଜ କମ୍ କରିଥାଏ ।
୮- ଯଦି ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି କିମ୍ବା ଏସିଡିଟିକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ କପର ବ୍ରେସଲେଟ ପିନ୍ଧନ୍ତୁ ।

Related posts

ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଦିବସ ଆଜି

mahabharatanews

ହାତୀ ଆତଙ୍କର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews